ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଶଂସିତ ହୋଇଥିବା ଓଡ଼ିଶା ଜଗତସିଂହପୁର ଜିଲ୍ଲାର ସିଲୁ ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ପରେ ଅନେକ ଯୁବକଙ୍କ ଜୀବନ ଗଢୁଥିବା ସିଲୁ ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି ପରିପ୍ରେକ୍ଷୀରେ ଧର୍ମେନ୍ଦ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବକ ମାନଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ପ୍ରଶିକ୍ଷଣ ଦେଉଥିବା ଜଗତସିଂହପୁର ଜିଲ୍ଲାର ସିଲୁ ନାୟକ ବା ନାୟକ ସାରଙ୍କ କାମକୁ ପ୍ରଶଂସା କରିଛନ୍ତି । ଓଡ଼ିଆଙ୍କ ପାଖରେ ଥିବା ଦୃଢ଼ ଇଚ୍ଛାଶକ୍ତିକୁ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ଓ ବିଶ୍ଵ ଆଗରେ ପ୍ରତିପାଦିତ କରିଛନ୍ତି ପ୍ରଧାନମନ୍ତ୍ରୀ ।