ଓଡିଶା

odisha

ପାଟକୁରାରେ ବିଜେଡିର ବିଜୟ, ପାର୍ଟି ଅଫିସରେ ସେଲିବ୍ରେସନ

By

Published : Jul 24, 2019, 8:37 PM IST

ପାଟକୁରାରେ ବିଜେଡିର ବିରାଟ ବିଜୟ। ଏବେ ସମୟ ସେଲିବ୍ରେସନର। ତେବେ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ପରେ ଦଳୀୟ କାର୍ଯ୍ୟାଳୟରେ ଚାଲିଛି ଜୋରଦାର ସେଲିବ୍ରେସନ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ପାଟକୁରାରେ ବିଜେଡିର ବିରାଟ ବିଜୟ। ଏବେ ସମୟ ସେଲିବ୍ରେସନର। ତେବେ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ପରେ ଦଳୀୟ କାର୍ଯ୍ୟାଳୟରେ ଚାଲିଛି ଜୋରଦାର ସେଲିବ୍ରେସନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଏନେଇ ବିଜେଡି ପକ୍ଷରୁ ଯୁବ,ମହିଳା ତୁଙ୍ଗ ନେତା ମାନେ ଦଳୀୟ କାର୍ଯ୍ୟାଳୟରେ ବିଶାଳ ପଟୁଆରରେ ନବୀନ ନିବାସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଛନ୍ତି।


ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପ୍ରତିକ୍ରିୟାରେ ନବୀନ କହିଛନ୍ତି, ଏ ବିଜୟ ହେଉଛି ପାଟକୁରା ବାସୀଙ୍କର । ବିଜେଡିକୁ ଏତେ ସଂଖ୍ୟକ ଭୋଟ ଦେଇ ବିଜୟୀ କରାଇଥିବାରୁ ପାଟକୁରାବାସୀଙ୍କୁ ଧନ୍ୟବାଦ । ଆଗକୁ ରାଜ୍ୟ ତଥା ପାଟକୁରା ବିକାଶ ପାଇଁ ଅଧିକ ପରିଶ୍ରମ କରାଯିବ ।

ଭୁବନେଶ୍ବରରୁ ତାପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details