ଓଡିଶା

odisha

By

Published : Nov 19, 2019, 1:35 AM IST

ETV Bharat / city

ପ୍ରସୂତିଙ୍କ ଦେହରୁ ଗଜ ଓ ଗ୍ଲୋବସ ବାହାରିବା ଘଟଣା: ତଦନ୍ତ ନିର୍ଦ୍ଦେଶ

ପ୍ରସୂତିଙ୍କ ଦେହରୁ ଗଜ ଓ ଗ୍ଲୋବସ ବାହାରିବା ଘଟଣା । ଆସନ୍ତା ଦୁଇଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ତିନି ଜଣିଆ ଡାକ୍ତର କମିଟି ମଧ୍ୟ ଗଠନ ହୋଇଛି ।

ପ୍ରସୂତିଙ୍କ ଦେହରୁ ଗଜ ଓ ଗ୍ଲୋବସ ବାହାରିବା ଘଟଣା: ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ପ୍ରସୂତିଙ୍କ ଦେହରୁ ଗଜ ଓ ଗ୍ଲୋବସ ବାହାରିବା ଘଟଣା,ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହସ୍ପିଟାଲ କର୍ତ୍ତୃପକ୍ଷ । ଗଠନ ହେଲା 3ଜଣିଆ ଡାକ୍ତର କମିଟି ।

ତେବେ ଏନେଇ ଏକ ଲିଖିତ ଆକାରରେ ଅଭିଯୋଗ କରିଥିଲେ ମହିଳା । ଏହି ଅଭିଯୋଗକୁ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏହାସହ ଆସନ୍ତା ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ତିନି ଜଣିଆ ଡାକ୍ତର କମିଟି ମଧ୍ୟ ଗଠନ ହୋଇଛି ।

ପ୍ରସୂତିଙ୍କ ଦେହରୁ ଗଜ ଓ ଗ୍ଲୋବସ ବାହାରିବା ଘଟଣା: ତଦନ୍ତ ନିର୍ଦ୍ଦେଶ

ଏହାସହ ଯେଉଁ ଡାକ୍ତର ଏବଂ ନର୍ସ ସେଦିନ ଡ୍ୟୁଟିରେ ରହିଥିଲେ ସେମାନଙ୍କୁ ଆସନ୍ତା ଦୁଇଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ ହସ୍ପିଟାଲର କର୍ତ୍ତୃପକ୍ଷ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ଡାଇରେକ୍ଟର ।

ଅନ୍ୟପଟେ ଡାଇରେକ୍ଟର କହିଛନ୍ତି ଯେ, ରିପୋର୍ଟ ଆସିବା ପରେ ଏଥିରେ ଅବହେଳା କରିଥିବା ସମସ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଠାରେ ସୂଚନାଯୋଗ୍ୟ, ନଭେମ୍ବର 7 ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଫୁଲବାଣୀର ଜଣେ ମହିଳା । ଅନ୍ୟପଟେ ନର୍ମାଲ ଡେଲିଭରୀ ପରେ ଜଣେ ନର୍ସ, ମହିଳାଙ୍କୁ 700 ଟଙ୍କା ମାଗିଥିଲେ । ହେଲେ ସେ ଦେବାକୁ ମନା କରିଦେଇଥିଲେ । ଏହାପରେ କୌଣସି ଡାକ୍ତର କିମ୍ବା ନର୍ସ ତାଙ୍କୁ ଉଚିତ୍‌ ସେବା ଯୋଗାଇ ନଦେଇ 48 ଘଣ୍ଟା ପରେ ଡିସଚାର୍ଜ କରିଦେଇଥିଲେ । ଘରେ ପହଞ୍ଚିବା ପରେ ତାଙ୍କର ଯନ୍ତ୍ରଣା ବଢିବା ସହ ସପ୍ତାହେ ପରେ ପରିସ୍ରା ନଳୀ ପଟେ ଗଜ୍‌ କପଡା ଓ ଗ୍ଲୋବସ୍‌ ବାହାରିଥିବାର ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details