ଭୁବନେଶ୍ବର: ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ କାହ୍ନାକୁ ଫେରାଇ ନେବାକୁ ଏନଟିସିଏ ଚିଠି ଲେଖିବା ପରେ ସଫେଇ ରଖିଲେ ବନବିଭାଗ କର୍ତ୍ତୃପକ୍ଷ । ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ କହିଲେ, ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା କହିବା ଠିକ୍ ହେବନି । ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁଁ ସୃଷ୍ଟି ହୋଇଥିଲା ଅସୁବିଧା ।
ଆନ୍ତରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଥିଲା ଏନଟିସିଏ । ହେଲେ ବନ ବିଭାଗର ଚରମ ଅବହେଳା ପାଇଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବନ୍ଦ କରିଦେଇଛି ଏନଟିସିଏ । ତେବେ ଦେଶରେ ବାଘ ବଂଶ ବୃଦ୍ଧି କରିବାକୁ ଆରମ୍ଭ ହୋଇଥିବା ଉଦ୍ୟମ କ୍ରମେ ୨୦୧୮ରେ ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ ଅଭୟାରଣ୍ୟରୁ ଦୁଇଟି ବାଘଙ୍କୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା । ତୁରନ୍ତ ଏହି ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘୋରେଲା କେନ୍ଦ୍ରକୁ ନେବା ପାଇଁ ଗୁରୁବାର କଡା ଚିଠି ଲେଖି ଜଣାଇଛି ଏନଟିସିଏ ।