ଓଡିଶା

odisha

ETV Bharat / city

ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା; ସଂକ୍ଷିପ୍ତ ପ୍ରଶ୍ନ ପାଇଁ ରହିବ ଅଧିକ ଅପସନ - plus 2 exam 2021

କୋରୋନା ମହାମାରୀ ଯୋଗୁଁ ଦୀର୍ଘ 9 ମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ପାଠପଢାରେ ବ୍ୟାପକ ବ୍ୟାଘାତ ଦେଖା ଦେଇଥିବାରୁ ଯୁକ୍ତଦୁଇ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଅଣାଯିବ । ଅଧିକ ପଢନ୍ତୁ...

ମାଟ୍ରିକ ପରେ ଯୁକ୍ତଦୁଇରେ ପରିବର୍ତ୍ତନ
ମାଟ୍ରିକ ପରେ ଯୁକ୍ତଦୁଇରେ ପରିବର୍ତ୍ତନ

By

Published : Jan 25, 2021, 10:35 AM IST

Updated : Jan 25, 2021, 1:57 PM IST

ଭୁବନେଶ୍ବର: ମାଧ୍ୟମିକ ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିବା ପରେ ଏବେ ଯୁକ୍ତ ଦୁଇ ପରୀକ୍ଷାରେ ପରିବର୍ତ୍ତନ ହେବ । ଉଚ୍ଚ ମାଧ୍ୟମିକ ପରୀକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷାର ପ୍ରଶ୍ନପତ୍ରରେ ଏଥର ପରବର୍ତ୍ତନ କରାଯିବ । କୋରୋନା ମହାମାରୀ ଯୋଗୁଁ ପାଠପଢା ବ୍ୟାପକ ପ୍ରଭାବିତ ହୋଇଥିବାରୁ ପରିଷଦ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି । ଦୀର୍ଘ 9 ମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିବାରୁ ପ୍ରଥମେ 30 ପ୍ରତିଶତ ପାଠ୍ୟକ୍ରମରେ ହ୍ରାସ କରାଯାଇଛି ।

ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା

ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଅନୁସାରେ, ଯୁକ୍ତ ଦୁଇ ପ୍ରଶ୍ନପତ୍ରରେ 50 ନମ୍ବରରେ ମଲ୍ଟିପୁଲ ଚଏସ ପ୍ରଶ୍ନ ରହିବ । ଏଥିପାଇଁ ପ୍ରତ୍ୟେକ 1 ମାର୍କ ରହିଛି । ଏହାସହ ହାରାହାରି 30 ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ । ସଂକ୍ଷିପ୍ତ ଉତ୍ତରମୂଳକ 2 ରୁ 3 ମାର୍କ ରହିବ । ସେହିପରି 20 ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ । ଦୀର୍ଘ ଉତ୍ତରମୂଳକ ପ୍ରତି ପ୍ରଶ୍ନ 5 ମାର୍କ ଲେଖାଏଁ ରହିବ ।

ଚଳିତ ବର୍ଷ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଅପେକ୍ଷା ସଂକ୍ଷିପ୍ତ ଓ ଅତି ସଂକ୍ଷିପ୍ତ ପ୍ରଶ୍ନପତ୍ର ଉପରେ ଅଧିକ ଗୁରୁତ୍ବ ଦିଆଯିବ । ଯେଉଁମାନେ 2016 କିମ୍ବା ତା ପରେ ରେଜିଷ୍ଟ୍ରେସନ କରିଛନ୍ତି ସେମାନଙ୍କ ରିଡ୍ୟୁସ ସିଲାବଲରୁ ପ୍ରଶ୍ନ ଆସିବ । 2015 ପୂର୍ବରୁ ରେଜିଷ୍ଟ୍ରେସନ କରିଥିବା ପିଲାଙ୍କ ପ୍ରଶ୍ନ ପୂର୍ବ ଭଳି ରହିବ ବୋଲି ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jan 25, 2021, 1:57 PM IST

ABOUT THE AUTHOR

...view details