ଓଡିଶା

odisha

ETV Bharat / city

ରାଜଧାନୀରେ ମୁଣ୍ଡ ଟେକୁଛି ଭାଇଗିରି, KBN ପରେ ସାମ୍ନାକୁ ଆସିଲା ଡେଭିଡ ଗ୍ୟାଙ୍ଗ୍ - କେବିଏନ ପରେ ସାମ୍ନାକୁ ଆସିଲା ଡେଭିଡ ଗ୍ୟାଙ୍ଗ୍

ରାଜଧାନୀରେ ଧିରେ ଧିରେ ମୁଣ୍ଡ ଟେକୁଛି ଭାଇଗିରି । କେବିଏନ ପରେ ସାମ୍ନାକୁ ଆସିଲା ଡେଭିଡ ଗ୍ୟାଙ୍ଗ୍। ଅଧିକ ପଢନ୍ତୁ

ରାଜଧାନୀରେ ମୁଣ୍ଡ ଟେକୁଛି ଭାଇଗିରି, କେବିଏନ ପରେ ସାମ୍ନାକୁ ଆସିଲା ଡେଭିଡ ଗ୍ୟାଙ୍ଗ୍
ରାଜଧାନୀରେ ମୁଣ୍ଡ ଟେକୁଛି ଭାଇଗିରି, କେବିଏନ ପରେ ସାମ୍ନାକୁ ଆସିଲା ଡେଭିଡ ଗ୍ୟାଙ୍ଗ୍

By

Published : Jun 2, 2022, 8:16 AM IST

Updated : Jun 2, 2022, 2:29 PM IST

ଭୁବନେଶ୍ବର: ରାଜଧାନୀରେ ଧିରେ ଧିରେ ମୁଣ୍ଡ ଟେକୁଛି ଭାଇଗିରି । ଆତଙ୍କ ମଚାଇ ଟ୍ରେଲର ଦେଖାଉଛନ୍ତି ଗଲିବୟ । କେବିଏନ ପରେ ସାମ୍ନାକୁ ଆସିଲା ଡେଭିଡ ଗ୍ୟାଙ୍ଗ୍ । ଯେକି ଗତ ୨୭ତାରିଖ ରାତିରେ ଫାଷ୍ଟଫୁଡ ଦୋକାନି ସିପୁକୁ କରିଥିଲେ ଆକ୍ରମଣ । ସଂଘବଧ ଭାବେ ୪ରୁ ୫ଜଣ ଜଣ ମରଣାନ୍ତକ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଆକ୍ରମଣକାରୀଙ୍କ ସୁରାକ ଖୋଜୁ ଖୋଜୁ ପୋଲିସ ପାଇଛି ଭାଇଗିରି ଗ୍ୟାଙ୍ଗକୁ । ଡେଭିଡ ନାଁରେ ଆରମ୍ଭ ହୋଇଥିଲା ଗ୍ୟାଙ୍ଗ ।

ସନ୍ଧ୍ୟା ହେଲେ ଛକ ଛକରେ ପହରା ମାରିବା ସହ କରୁଥିଲେ ଖଟି। ଏଥି ସହ ଆବଶ୍ୟକ ପଡୁଥିଲେ ଆଦାୟ କରୁଥିଲେ ବଟି। ଏଥିରେ କିଛି ଲୋକାଲ ପିଲାଙ୍କ ସହ ସାମିଲ ଥିଲେ ଗଲିବୟ । ଯେକି କେବିଏନ ଗ୍ୟାଙ୍ଗ ଷ୍ଟାଇଲରେ ବିଚ ରାସ୍ତାରେ ଆତଙ୍କ ମଚାଇ ରାତି ଅଧରେ ମାରଣାସ୍ତ୍ର ଧରି ଭିଡିଓ ସୁଟ କରୁଥିଲେ । ପରେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଗ୍ୟାଙ୍ଗର ପ୍ରମୋସନ କରୁଥିଲେ ।

ରାଜଧାନୀରେ ମୁଣ୍ଡ ଟେକୁଛି ଭାଇଗିରି, KBN ପରେ ସାମ୍ନାକୁ ଆସିଲା ଡେଭିଡ ଗ୍ୟାଙ୍ଗ୍

ଗତ ୨୭ତାରିଖରେ ଏୟାରଫିଲଡ ଥାନା ଅଞ୍ଚଳରେ ଫାଷ୍ଟଫୁଡ ଦୋକାନୀକୁ ଆକ୍ରମଣ ଘଟଣାରେ ଏବେ ପୋଲିସ ସେମାନଙ୍କ ଉପରେ ନଜର ପକାଇଛି । ତେବେ ପୂର୍ବରୁ ନୟାପଲ୍ଲୀ ଥାନା ଅଞ୍ଚଳରେ ସାମ୍ନାକୁ ଆସିଥିଲା କେବିଏନ ଗ୍ୟାଙ୍ଗ। ପରେ ଏହି ଗ୍ୟାଙ୍ଗର ୨୭ଜଣଙ୍କ ନାଁରେ ମାମଲା ଦାୟର କରିଥିଲା ପୋଲିସ । ଏନେଇ କିଛି ହାର୍ଡକୋରଙ୍କୁ ଗିରଫ କରିଥିଲା । ହେଲେ ତଥାପି ଭାଇଗିରିକୁ ନେଇ ରାଜଧାନୀରେ କମୁନି ଗ୍ୟାଙ୍ଗର ଉତ୍ପାତ । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ କିଛି ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଅଟକ ରଖିଛି ପୋଲିସ ।

ସେହିପରି ସହିଦନଗର ଥାନାରେ ମଧ୍ୟ ଗତ ୩୧ତାରିଖ ରାତିରେ ଶାନ୍ତିପଲ୍ଲୀ ବସ୍ତିରେ ଜଣେ ଯୁବକକୁ ହାଣିଥିଲେ କିଛି ଯୁବକ । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିବା ବେଳେ ଖଟି ଓ ବସ୍ତିରେ ଭାଇଗିରିକୁ ନେଇ ଏପରି ଘଟିଥିବା ପୋଲିସ ସୁତ୍ରରୂ ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 2, 2022, 2:29 PM IST

ABOUT THE AUTHOR

...view details