ଭୁବନେଶ୍ବର: ନନ୍ଦନକାନନକୁ ପଡିଛି ଶନିଦଶା । କିଛିଦିନ ହେଲା ହର୍ପିସ ଭାଇରସରେ ହାତୀ ମୃତ୍ୟୁ ଘଟଣା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଥିବାବେଳେ ଏବେ ନୀଳଗିରି ଲଙ୍ଗୁର ମୃତ୍ୟୁ ଘଟଣା ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ନନ୍ଦନକାନନରେ ନୀଳଗିରି ପ୍ରଜାତି ହନୁମାଙ୍କଡ଼(ଲଙ୍ଗୁର)ର ମୃତ୍ୟୁ ଘଟିଛି । ସପ୍ତାହେ ଧରି ଅସୁସ୍ଥ ରହିବା ପରେ ସୋମବାର ମଧ୍ୟାହ୍ନରେ ଲଙ୍ଗୁରର ମୃତ୍ୟୁ ଘଟିଛି । ପୂର୍ବରୁ ପୁରୁଷ ଲଙ୍ଗୁର ଓ ତାର ଛୁଆ ଲଙ୍ଗୁରର ମୃତ୍ୟୁ ଘଟିଥିବାବେଳେ ଏବେ ମାଈ ଲଙ୍ଗୁରର ମୃତ୍ୟୁ ଘଟିଛି ।