ଭୁବନେଶ୍ବର: ଖାଁ ଖାଁ ଲାଗୁଛି ରାଜଧାନୀ ଭୁବନେଶ୍ୱର। ଖାଲି ପଡିଛି ରାସ୍ତାଘଟ । ଶୂନଶାନ ହୋଇପଡିଛ ଜନବସତି। ଲୋକଙ୍କ ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ କାହାରି ଦେଖା ମିଳୁନି। ଗହଳିପୂର୍ଣ୍ଣ ସ୍ଥାନ ଆଜି ଖାଁ ଖାଁ । ନା ସୁଭୁଛି ନାରାବାଜି ନା ଦେଖିବାକୁ ମିଳୁଛି ପ୍ରଚାର ଗାଡି । ଏ ହେଉଛି ରାଜଧାନୀରେ ନିର୍ବାଚନ ପରର ଦୃଶ୍ୟ ।
ଭୁବନେଶ୍ବରରେ ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଉ ଏହାପରେ ଏବେ ନେତା ଓ କର୍ମୀ ସମସ୍ତେ ନିଜ ନିଜ ବିଜୟକୁ ନେଇ ଆରମ୍ଭ କରିଛନ୍ତି ଅଙ୍କକଷା । କିଏ ନିଜ ଘରେ ତ କିଏ କାର୍ଯ୍ୟାଳୟରେ ନେଉଛନ୍ତି ବିଶ୍ରାମ ।