ଓଡିଶା

odisha

ETV Bharat / city

କେନ୍ଦ୍ର ଅନୁମତି ଦେଲେ ଓଡିଶାରେ ଆରମ୍ଭ ହେବ ଟିକାର ଡ୍ରାଏ ରନ

କେନ୍ଦ୍ର ଅନୁମତି ଦେଲେ ଓଡିଶାରେ ଆରମ୍ଭ ହେବ ଡ୍ରାଏ ରନ । ଏନେଇ ଆମେ ପ୍ରସ୍ତୁତ ଅଛୁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ର ଅନୁମତି ଦେଲେ ଓଡିଶାରେ ଆରମ୍ଭ ହେବ ଟିକାର ଡ୍ରାଏ ରନ
କେନ୍ଦ୍ର ଅନୁମତି ଦେଲେ ଓଡିଶାରେ ଆରମ୍ଭ ହେବ ଟିକାର ଡ୍ରାଏ ରନ

By

Published : Dec 30, 2020, 12:35 PM IST

Updated : Dec 30, 2020, 2:28 PM IST

ଭୁବନେଶ୍ବର:କୋରୋନାରୁ ରକ୍ଷା ପାଇବା ପାଇଁ ସମସ୍ତ ଟିକାକୁ ଚାହିଁ ବସିଥିବାବେଳେ ସରକାର ମଧ୍ୟ ଏଥିପ୍ରତି ସଜାଗ ଅଛନ୍ତି । ଟିକା ଦେବା ପୂର୍ବରୁ ଏହାର ଡ୍ରାଏ ରନ କରିବାକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି । ତେବେ ଏହା କେନ୍ଦ୍ର ସରକାର ଅନୁମତି ଦେବା ପରେ ଆରମ୍ଭ ହେବ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।

କେନ୍ଦ୍ର ଅନୁମତି ଦେଲେ ଓଡିଶାରେ ଆରମ୍ଭ ହେବ ଟିକାର ଡ୍ରାଏ ରନ

ଡ୍ରାଏ ରନ(DRY RUN)ର ଅନୁମତି କେନ୍ଦ୍ର ସରକାର ଦିଅନ୍ତି। ସେମାନେ ଏଯାଏଁ କେବଳ 4ଟି ରାଜ୍ୟକୁ ଅନୁମତି ଦେଇଛନ୍ତି। ଓଡିଶାର ପାଳି ପଡିନି। ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।

ସେହିପରି ଭାରତକୁ ଏଯାଏଁ ଦ୍ଵିତୀୟ କୋରୋନା ଲହରୀ ଆସିନି। ଏପରିକି ଭାରତ ଆଖପାଖ ଦେଶରେ ବି ହୋଇନି। ଚାଇନାରେ ବି ହୋଇନି। କେବଳ ୟୁରୋପୀୟ ଦେଶ ଓ ଆମେରିକାରେ ହୋଇଛି ବୋଲି ସେ ଦର୍ଶାଇଛନ୍ତି ।

ସୂଚନାଥାଉକି, ଡ୍ରାଏ ରନ ହେଉଛି ଟିକା ପ୍ରସ୍ତୁତରୁ ଟିକା ଦେବା ଯାଏ ପ୍ରକ୍ରିୟା। ଟିକା ପ୍ରିକ୍ରିୟାର ପ୍ରାକ ଅଭ୍ୟାସ ସ୍ବରୂପ ଆନ୍ଧ୍ର ପ୍ରଦେଶ ସମେତ ଆସାମ, ଗୁଜରାଟ ଓ ପଞ୍ଜାବକୁ ଏହି ଅନୁମତି ମିଳିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 30, 2020, 2:28 PM IST

ABOUT THE AUTHOR

...view details