ଓଡିଶା

odisha

ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରୀତା ସାହୁ। ବିଜେପୁରରେ ବିପୁଳ ବ୍ୟବଧାନରେ ବିଜୟୀ ହେବା ପରେ ନବୀନ ନିବାସରେ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସେ। ଅଧିକ ଖବର ପଢନ୍ତୁ...

By

Published : Oct 25, 2019, 2:37 PM IST

Published : Oct 25, 2019, 2:37 PM IST

ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ

ଭୁବନେଶ୍ବର: ବିଜେପୁରରେ ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେପୁର ବିଧାୟିକା ରୀତା ସାହୁ। ନବୀନ ନିବାସରେ ପହଁଞ୍ଚି ବିଜେଡି ସୁପ୍ରିମୋଙ୍କୁ ଏହି ବିଜୟ ପାଇଁ ଦଳକୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ବିଜୟର ସମସ୍ତ ଶ୍ରେୟ ଦେଇଛନ୍ତି।

ବିଜେପୁର ଉପନିର୍ବାଚନରେ ସର୍ବାଧିକ ଭୋଟରେ ବିଜେପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଇଛନ୍ତି ବୋଲି କହିଛନ୍ତି ସେ। ଆଗାମୀ ଦିନରେ ସେ ବିଜେପୁରରେ ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଉପରେ ନଜର ରଖିବେ।

ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ

ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ସହ ରହିବା ସହ ସେମାନଙ୍କର ସୁବିଧା ଅସୁବିଧା ସମୟରେ ରହିବେ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details