ଭୁବନେଶ୍ବର: ଭଦ୍ରକ ପରେ ଏବେ ରାଜଧାନୀ ଭୁବନେଶ୍ବରରେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ୍ରେ ହେଉଛି କଲେଜ ଆଡମିସନ । ତିନି ବର୍ଷର ତଥ୍ୟ ଯାଞ୍ଚ ପରେ ବିଜେବି କଲେଜରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିଶନ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି ।
ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ଥିବା ନିରଞ୍ଜନ ମିଶ୍ର ବଡ଼ଗଡ଼ ଥାନାରେ ଏନେଇ ଏତଲା ଦେଇଛନ୍ତି । ପୋଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇପିସି ଦଫା ଲଗାଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ବିଜେବି କଲେଜ ପ୍ରିନ୍ସିପାଲ । ତେବେ ସୂଚନା ଥାଉ କି ପୂର୍ବରୁ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ବଳରେ ଚାଲିଥିଲା ଆଡମିଶନ ।