ଓଡିଶା

odisha

ETV Bharat / city

ଚକାଡୋଳା ଜଳିବା ପରେ ସୁରକ୍ଷା ଚିନ୍ତା, ବସ ମାଲିକଙ୍କୁ ଚିଠି ଲେଖିବ ପରିବହନ ବିଭାଗ

ବରମୁଣ୍ଡା ବସ ପୋଡି ଘଟଣା ପରେ ଚେତିଛି ପରିବହନ ବିଭାଗ । ଏଣିକି ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ବସ ସୁରକ୍ଷିତ ଅଛି ନାହିଁ ସେନେଇ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ କରାଯିବ ବୋଲି ଜଣାପଡିଛି ।

By

Published : Aug 29, 2019, 5:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବରମୁଣ୍ଡା ବସ ପୋଡି ଘଟଣା ପରେ ଚେତିଛି ପରିବହନ ବିଭାଗ । ଏଣିକି ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ବସ ସୁରକ୍ଷିତ ଅଛି ନାହିଁ ସେନେଇ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ କରାଯିବ ବୋଲି ଜଣାପଡିଛି । ଯଦି କୌଣସି ବସରେ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ଥିବା ବିଭାଗକୁ ଆଶଙ୍କା ହୁଏ ତେବେ ସେ ବସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସବୁ ବସ ମାଲିକଙ୍କୁ ଖୁବଶୀଘ୍ର ଚିଠି କରାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହା ସହ ଯେପରି ଗାଡି ଚଲାଇବାକୁ ଲାଇସେନ୍ସ ଦରକାର ସେହିଭଳି ଗାଡିରେ ଅଗ୍ନୀ ନିରାପକ ଯନ୍ତ୍ରକୁ ବ୍ୟବହାର କରିବା ପାଇଁ ସ୍ବତନ୍ତ୍ର ତାଲିମ ଆବଶ୍ୟକ । ତେଣୁ ବସ ମାଲିକଙ୍କୁ ଏ ବାବଦରେ ପରାମର୍ଶ ଦିଆଯିବ ବୋଲି ଜଣାପଡିଛି ।

ସୂଚନା ଥାଉକି, ବୁଧବାର ବରମୁଣ୍ଡା ବସଷ୍ଟାଣ୍ଡରେ ଚକାଡୋଳା ନାମକ ଏକ ବସରେ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ପ୍ରାୟ 30 ମିନିଟରେ ବସ ପାଉଁଶ ହୋଇଯାଇଥିଲା । ତେବେ ପ୍ରଶ୍ନ ଉଠୁଛି, ବସ ଭିତରେ କ’ଣ ଅଗ୍ନିନିର୍ବାପକ ଯନ୍ତ୍ର ନଥିଲା । ବସ ସୁରକ୍ଷାରେ ବସ ମାଲିକ ମାନେ ଅବହେଳା କରୁଛନ୍ତି କି ? ରାତ୍ରିକାଳୀନ ବସ କିଭଳି ଭାବରେ ବିନା ସୁରକ୍ଷାରେ ଯାତ୍ରା କରୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details