ଭୁବନେଶ୍ବର: ରାଜ୍ୟରେ ମହାମାରୀ କୋରୋନାର ପ୍ରଳୟ ଜାରି ରହିଛି । ଏହି ପ୍ରାଣଘାତକ ଭୂତାଣୁ ଅନେକଙ୍କୁ ଗ୍ରାସ କରିବା ସହ ଅନେକଙ୍କ ପ୍ରାଣବାୟୁ ଛଡାଇ ନେଉଛି । ଏମିତି ସ୍ଥିତିରେ କେନ୍ଦ୍ରାପଡା ଜିଲ୍ଲାର ଜଣେ ବୃଦ୍ଧ ଦମ୍ପତି କୋରୋନାକୁ ହରାଇବାରେ ସଫଳ ହୋଇଛନ୍ତି । ଉଭୟ ଦମ୍ପତି ସୁସ୍ଥ ହେବା ପରେ ସେମାନଙ୍କୁ କୋଭିଡ କେୟାର ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । 85 ବର୍ଷିୟ ସୁରେନ୍ଦ୍ର ପତି କ୍ୟାନସରରେ ପୀଡିତ ଥିବାବେଳେ ତାଙ୍କ ପତ୍ନୀ ସାବିତ୍ରୀ ପତିଙ୍କ ବୟସ 78 ବର୍ଷ ।
କୋରୋନାକୁ ମାତ୍ ଦେଲେ ବୃଦ୍ଧ ଦମ୍ପତି, ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ନବୀନ ଗତ ଜୁଲାଇ 17 ତାରିଖରେ ଖୋଦ୍ କେନ୍ଦ୍ରାପଡା ଜିଲ୍ଲାପାଳ ଏସମ୍ପର୍କରେ ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ । ଏଥିସହ ଉଭୟ ଦମ୍ପତିଙ୍କୁ ଶୁଭକାମନା ଜଣାଇବା ସହ ଅନ୍ୟମାନଙ୍କ ପାଇଁ ଏହି ମହାମାରୀକୁ ହରାଇବା ଦିଗରେ ଉଭୟ ପ୍ରେରଣାର ସାଜିବେ ବୋଲି କହିଥିଲେ ।
କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଏହି ଟ୍ବିଟ୍ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଟ୍ବିଟ୍ କରି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଉଭୟ ଦମ୍ପତି ଏଭଳି ସଙ୍କଟ ସମୟରେ ଏକ ଅଜଣା ଶକ୍ତି ବିରୋଧରେ ଲଢି ହାସଲ କରିଥିବା ବିଜୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ଉଲ୍ଲେଖ କରିଛନ୍ତି ।
ପ୍ରକାଶ ଥାଉ କି, କେନ୍ଦ୍ରାପଡାର ୮୫ ବର୍ଷୀୟ ସୁରେନ୍ଦ୍ର ପତି ଓ ତାଙ୍କର 78 ବର୍ଷୀୟ ପତ୍ନୀ ସାବିତ୍ରୀ ପତି ଉଭୟ କୋରୋନା ସଂକ୍ରମିତ ହୋଇଥିଲେ । ଉଭୟଙ୍କୁ ଚିକିତ୍ସା ପାଇଁ ଜିଲ୍ଲାର କୋଭିଡ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ସେଠାରେ ଚିକିତ୍ସା ହେବା ପରେ ଗତ 17 ତାରିଖରେ ଉଭୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ସୁରେନ୍ଦ୍ର ଜଣେ କ୍ୟାନସ ପୀଡିତ ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ