ଓଡିଶା

odisha

ETV Bharat / city

ସାର୍ବଜନୀନ ହେବ ପଞ୍ଚାୟତ ପ୍ରାର୍ଥୀଙ୍କ ସତ୍ୟପାଠ - ପଞ୍ଚାୟତ ନିର୍ବାଚନ

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏଥିରେ ବ୍ୟାପକ ସଂସ୍କାର କରିବା ନେଇ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ସାର୍ବଜନୀନ ହେବ ପଞ୍ଚାୟତ ପ୍ରାର୍ଥୀଙ୍କ ସତ୍ୟପାଠ । ଅଧିକ ପଢନ୍ତୁ

ସାର୍ବଜନୀନ ହେବ ପଞ୍ଚାୟତ ପ୍ରାର୍ଥୀଙ୍କ ସତ୍ୟପାଠ
ସାର୍ବଜନୀନ ହେବ ପଞ୍ଚାୟତ ପ୍ରାର୍ଥୀଙ୍କ ସତ୍ୟପାଠ

By

Published : Dec 31, 2021, 8:59 PM IST

ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ନିର୍ବାଚନରେ ବ୍ୟାପକ ସଂସ୍କାର କରିବା ନେଇ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦାଖଲ କରିବେ ସତ୍ୟପାଠ । ଏହାସହ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠ ସର୍ବଜନୀନ ମଧ୍ୟ କରାଯିବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ସତ୍ୟପାଠ ବାବଦରେ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି ।

ପ୍ରାର୍ଥୀଙ୍କ ଅପରାଧିକ ମାମଲା, ସମ୍ପତ୍ତି ବିବରଣୀ ଏବଂ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ସତ୍ୟପାଠ ନୋଟିସ ବୋର୍ଡ ସହ ଜିଲ୍ଲା ପ୍ରଶାସନର ୱେବସାଇଟରେ ରହିବ । ନାମାଙ୍କନପତ୍ର ଦାଖଲ ଦିନ ଠାରୁ ନିର୍ବାଚନ ଫଳ ବାହାରିବା ପର୍ଯ୍ୟନ୍ତ ପବ୍ଲିକ ଡୋମେନରେ ରହିବ ସତ୍ୟପାଠ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details