ଓଡିଶା

odisha

ETV Bharat / city

ଭୁବନେଶ୍ୱର ବିମାନବନ୍ଦରରେ ଏରୋବ୍ରିଜ ଉଦଘାଟନ - ବିମାନ ବନ୍ଦରରେ ଏରୋବ୍ରିଜ

ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରେ 5 କୋଟି 42 ଲକ୍ଷ ବ୍ୟୟ ଅଟକଳରେ 2ଟି ଏରୋବ୍ରିଜ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ
ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ

By

Published : Nov 8, 2021, 9:32 PM IST

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଏରୋବ୍ରିଜ ଉଦଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି(ସୋମବାର) ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ 5 କୋଟି 42 ଲକ୍ଷ ବ୍ୟୟ ଅଟକଳରେ 2ଟି ଏରୋବ୍ରିଜ ଉଦଘାଟନ କରିଛନ୍ତି ।

ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ
ଏହାଦ୍ଵାରା ପ୍ରତ୍ୟେକ ଦିନ ଭୁବନେଶ୍ବର ବିମାନବନ୍ଦର ଦେଇ ଯାତ୍ରା କରୁଥିବା 25 ଲକ୍ଷ ଲୋକଙ୍କ ମଧ୍ୟରୁ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କୁ ସୁବିଧା ହେବ ।
ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ

ଏହି ଅବସରରେ ଭୁବନେଶ୍ବରରୁ 3ଟି ସ୍ଥାନକୁ ସିଧା ବିମାନ ଉଡାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅପରାଜିତା ଚିଠି ଲେଖିଥିବା କହିଛନ୍ତି । ଭୁବନେଶ୍ବରରୁ ଜାମ୍ମୁ, ଗୌହାଟୀ ଏବଂ ଶିରିଡ଼ି ପର୍ଯ୍ୟନ୍ତ ବିମାନ ଉଡାଣ ପାଇଁ ଚିଠି ଲେଖିଥିବା କହିଛନ୍ତି ଅପରାଜିତା ।

ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ
ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ

ସେହିଭଳି ଦେଶର ଶ୍ରେଷ୍ଠ 10 ବିମାନବନ୍ଦର ମଧ୍ୟରେ ଭୁବନେଶ୍ବର ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଅପରାଜିତା । ଏହା ସମସ୍ତ ଯାତ୍ରୀଙ୍କୁ ଉଭୟ ସୁରକ୍ଷା ଏବଂ ସୁବିଧା ସମୟ ଦୃଷ୍ଟିକୋଣରୁ ଆଗ ଅପେକ୍ଷା ସହଜ ହେବ l

ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ

ଏହି କାର୍ଯ୍ୟକ୍ରମରେ ବିମାନବନ୍ଦର ନିର୍ଦ୍ଦେଶକ ଶ୍ରୀ ବେଉରିଆ ଓ ସମସ୍ତ କର୍ତ୍ତୃପକ୍ଷଙ୍କ ସମେତ ନେତୃବୃନ୍ଦ ଉପସ୍ଥିତ ଥିଲେ l

ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details