ଓଡିଶା

odisha

ETV Bharat / city

ପ୍ରସନ୍ନ ପାଢୀ ହେଲେ କେନ୍ଦ୍ର ସରକାରଙ୍କ ନୂଆ ସହକାରୀ ସଲିସିଟର ଜେନେରାଲ - Advocate Prasanna Kumar Padhi

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଇନଜୀବୀ ପ୍ରସନ୍ନ ପାଢୀଙ୍କୁ ଏହି ପଦବୀ ପାଇଁ ନିଯୁକ୍ତି କରିଛନ୍ତି । ସେ ଆସନ୍ତା ୩ ବର୍ଷ ପାଇଁ ଏହି ପଦ ସମ୍ଭାଳିବେ ।

ସହକାରୀ ସଲିସିଟର ଜେନେରାଲ ଭାବେ ନିୟୁକ୍ତି
ସହକାରୀ ସଲିସିଟର ଜେନେରାଲ ଭାବେ ନିୟୁକ୍ତି

By

Published : Oct 7, 2020, 8:27 PM IST

Updated : Oct 7, 2020, 11:00 PM IST

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟ ପାଇଁ ସହକାରୀ ସଲିସେଟର ଜେନେରାଲ ଅଫ ଇଣ୍ଡିଆ ଭାବେ ନିଯୁକ୍ତ ହେଲେ ଆଇନଜୀବୀ ପ୍ରସନ୍ନ କୁମାର ପାଢୀ । କେନ୍ଦ୍ର ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ବର୍ଷ ପାଇଁ ପାଢ଼ୀ ଏହି ପଦବୀରେ ରହିବେ।

୧୯୯୨ ମସିହାରୁ ଓଡ଼ିଶା ହାଇକୋର୍ଟରେ ପ୍ରାକ୍ଟିସ କରୁଥିବା ପାଢ଼ୀ ବିଭିନ୍ନ ପ୍ରକାରର ମାମଲା ପରିଚାଳନା କରିବାରେ ସିଦ୍ଧହସ୍ତ। କେନ୍ଦ୍ର ସରକାରଙ୍କ ସହ ସମନ୍ବୟ ରକ୍ଷା କରି ମାମଲାର ତ୍ବରିତ ବିଚାର କରିବାରେ ସହାୟତା କରିବେ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଇନଜୀବି ପ୍ରସନ୍ନ ପାଢୀଙ୍କୁ ଏହି ପଦବୀ ପାଇଁ ନିୟୁକ୍ତ କରିଛନ୍ତି । ତେବେ କେନ୍ଦ୍ର ସରକାର ତାଙ୍କୁ ଏହି ଗୁରୁ ଦାୟିତ୍ବ ଦେଇ ଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Last Updated : Oct 7, 2020, 11:00 PM IST

ABOUT THE AUTHOR

...view details