ଓଡିଶା

odisha

ETV Bharat / city

କୋରୋନା ପାଇଁ ଆଗୁଆ ୪ମାସର ଭତ୍ତା ଦେବେ ସରକାର - advanced payment of old age pension

ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ହିତାଧିକାରୀଙ୍କୁ ଏହି ଭତ୍ତା ମିଳିବାକୁ ଥିବାବେଳେ ଅଗ୍ରୀମ 4 ମାସର ଆଗୁଆ ଭତ୍ତା ପ୍ରଦାନ କରିବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ବିଭାଗ ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା ।

old age pension
ଆଗୁଆ ଭତ୍ତା ପାଇବେ ହିତାଧିକାରୀ

By

Published : Mar 17, 2020, 2:39 PM IST

ଭୁବନେଶ୍ବର: କୋରୋନା ପାଇଁ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନୂତନ ପଦକ୍ଷେପ ନିଆଯାଇଛି । ଏଥିପାଇଁ 24 ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ଭତ୍ତା ପ୍ରଦାନ କରାଯିବ । ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ହିତାଧିକାରୀଙ୍କୁ ଏହି ଭତ୍ତା ମିଳିବାକୁ ଥିବାବେଳେ ଅଗ୍ରୀମ 4 ମାସର ଆଗୁଆ ଭତ୍ତା ପ୍ରଦାନ କରିବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ବିଭାଗ ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା । ଏହାଦ୍ବାରା ରାଜ୍ୟର 48 ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ଆଗୁଆ ଭତ୍ତା ପାଇବେ ହିତାଧିକାରୀ

ମଧୁବାବୁ ପେନସନ ଓ ନ୍ୟାସନାଲ ସୋସିଆଲ ଆସିଷ୍ଟେନ୍ସ ପ୍ରୋଗ୍ରାମ ଅଧୀନରେ ଥିବା ରାଜ୍ୟର 24 ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ଜଣାପଡିଛି। ଏହାସହ ଆସନ୍ତା ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସର ଭତ୍ତା ମାର୍ଚ୍ଚ ଶେଷ ସୁଦ୍ଧା ବଣ୍ଟାଯିବ।

ଏନେଇ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଖୁବଶିଘ୍ର ଏହି ଭତ୍ତା ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି। ଏହାସହ ଆଗୁଆ ପିଡିଏସ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମଧ୍ୟ ଜଣାପଡିଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details