ଭୁବନେଶ୍ବର: INI-CET ଓ ଏମ୍ସ ପରୀକ୍ଷାର୍ଥୀଙ୍କ ପାଇଁ ଜୁନ 16 ଏବଂ 27ରେ ଅନୁଷ୍ଠିତ ହେବାକୁଯାଉଛି ପ୍ରବେଶିକା ପରୀକ୍ଷା । କୋରୋନା ଲକଡାଉନ ଥିବାରୁ ପରୀକ୍ଷାର୍ଥୀଙ୍କ ପାଇଁ ଆଡମିଟ କାର୍ଡ ହେବ ସେମାନଙ୍କର ପାସ । ଏନେଇ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଚିଠି ଜରିଆରେ ସୂଚନା ଦିଆଯାଇଛି ।
INI-CET ଏମ୍ସ ପରୀକ୍ଷାର୍ଥୀଙ୍କ ପାଇଁ ଆଡମିଟ କାର୍ଡ ହେବ କୋଭିଡ ପାସ INE CET ଏବଂ ଏମ୍ସର ପ୍ରବେଶିକା ପରୀକ୍ଷାକୁ ନେଇ ରାଜ୍ୟ ସରକାର ପଦକ୍ଷପ ନେଇଛନ୍ତି । ପରୀକ୍ଷା କେନ୍ଦ୍ରକୁ ଆସିବାକୁ ଥିବା ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ରାଜ୍ୟର ଜିଲ୍ଲାପାଳ ଓ ପୌରାଞ୍ଚଳ କୁ ସ୍ୱାସ୍ଥ୍ୟ ବିଭଗାର ଚିଠି କରିଛି । ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡକୁ ପାସ ମଧ୍ୟମରେ ବ୍ୟବହାର କରିପାରିବେ । ଏହାକୁ ଦେଖାଇ ଜିଲ୍ଲାର ଚେକ ପଏଣ୍ଟରେ ଛାଡିବାକୁ ନିର୍ଦେଶ ଦିଆଯାଇଛି । ଆସନ୍ତା 16 ତାରିଖରେ INE CET ଏବଂ 27 ତାରଖରେ ଏମ୍ସର ପରୀକ୍ଷା ରହିଛି।
ତେଣୁ ପରୀକ୍ଷାଗୁଡ଼ିକୁ ସୁରୁଖୁରୁରେ କିଭଳି ଭାବରେ ପରିଚାଳନା କରାଯିବ ସେନେଇ ସହଯୋଗର ଆବଶ୍ୟକତା ରହିଛି। ଏମ୍ସର ପ୍ରବେଶ ଏବଂ ନିଯୁକ୍ତି ପରୀକ୍ଷା ଏକ ଜରୁରୀ ବୋଲି ବିବେଚନା କରାଯାଏ । ଜୁନ 16 ଏବଂ 27ରେ ହେବାକୁ ଥିବା ପରୀକ୍ଷାର ପ୍ରସ୍ତୁତି କରିବା ଆବଶ୍ୟକ । ପରୀକ୍ଷାକୁ ଯାଉଥିବା ପରୀକ୍ଷାର୍ଥୀମାନେ ନିଜର ଆଡମିଟ କାର୍ଡକୁ କର୍ଫ୍ୟୁ ପାସ ଭାବରେ ବ୍ୟବହାର କରିପାରିବେ।
ଏହି ସମୟରେ କୋରୋନା କଟକଣା ନିୟମକୁ ମାନି କାର୍ଯ୍ୟ କରିବେ । ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଆବଶ୍ୟକୀୟ ପ୍ରଶାସନିକ ସୁବିଧା ଏବଂ ସୁରକ୍ଷା ଯୋଗାଇବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ,ବିମାନବନ୍ଦର କର୍ତ୍ତୃପକ୍ଷ ଓ ରେଳବାଇ କତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ