ଓଡିଶା

odisha

ETV Bharat / city

ଆଇଏଏସଙ୍କ ସଙ୍ଗୀତ ପ୍ରିତି: ଗୀତ ଗାଇ ମନ କିଣୁଛନ୍ତି ଦମ୍ପତି - romantic song

ଏକ ପ୍ରଶାସକ ଦମ୍ପତିଙ୍କ ଓଡିଆ ସଙ୍ଗୀତ ପ୍ରେମ ଏବେ ଚର୍ଚ୍ଚାରେ । ଏମାନେ ହେଉଛନ୍ତି ଶିଳ୍ପ ବିଭାଗର ନିର୍ଦ୍ଦେଶକ ତଥା ଆସାମ ଜନ୍ମିତ ଯୁବ ଆଇଏଏସ ଅଫିସର ପ୍ରଣବ ଜ୍ୟୋତି ନାଥ ଏବଂ ଗୋପବନ୍ଧୁ ଏକାଡେମୀର ପ୍ରଶାସିକା ଥିବା ଓଡିଆ ଝିଅ ତଥା ପ୍ରଣବଙ୍କ ସହଧାର୍ମିଣୀ ମମତା ନାୟକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jun 28, 2019, 4:01 PM IST

Updated : Jun 28, 2019, 4:26 PM IST

ଭୁବନେଶ୍ବର: ନିଜର ବ୍ୟସ୍ତବହୁଳ ଜୀବନରୁ ସମୟ ବାହର କରି ବଞ୍ଚାଇ ରଖିଛନ୍ତି ନିଜ ନିଜ ଭିତରେ ଥିବା ସୂକ୍ଷ୍ମ ପ୍ରତିଭା । ସେହିପରି ଏକ ପ୍ରଶାସକ ଦମ୍ପତିଙ୍କ ଓଡିଆ ସଙ୍ଗୀତ ପ୍ରେମ ଏବେ ଚର୍ଚ୍ଚାରେ । ଏମାନେ ହେଉଛନ୍ତି ଶିଳ୍ପ ବିଭାଗର ନିର୍ଦ୍ଦେଶକ ତଥା ଆସାମ ଜନ୍ମିତ ଯୁବ ଆଇଏଏସ ଅଫିସର ପ୍ରଣବ ଜ୍ୟୋତି ନାଥ ଏବଂ ଗୋପବନ୍ଧୁ ଏକାଡେମୀର ପ୍ରଶାସିକା ଥିବା ଓଡିଆ ଝିଅ ତଥା ପ୍ରଣବଙ୍କ ସହଧର୍ମିଣୀ ମମତା ନାୟକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ମମତା ଗୀତ ରଚନା କରୁଥିବା ବେଳେ କଣ୍ଠଶିଲ୍ପୀ ସାଜନ୍ତି ସ୍ବାମୀ ପ୍ରଣବ । ଶୁକ୍ରବାର ସ୍ଥାନୀୟ ଗୀତଗୋବିନ୍ଦ ଭବନ ପରିସରରେ ଆୟୋଜିତ ହୋଇଥିବା ସଙ୍ଗୀତ ସିଡି ଉନ୍ମୋଚନ ଅବସରରେ ଶ୍ରୀ ନାଥ କହିଥିଲେ, ପିଲାଟି ବେଳରୁ ସେ ସଙ୍ଗୀତ ସହିତ ସମ୍ପୃକ୍ତ । ଯାହାକି ସେ ନିଜ ପରିବାରରୁ ଗ୍ରହଣ କରିଛନ୍ତି । ସେ ଆସାମୀ ଭାଷାରେ ଅନେକ ଗୀତ ରେକଡ଼ିଂ କରିଥିବାବେଳେ ପ୍ରଥମ ଥର ପାଇଁ ଓଡିଆରେ ଗୀତ ରେକଡ଼ିଂ କରିଛନ୍ତି ।

ତେବେ ଏହି ସିଡିରେ ପ୍ରସ୍ତୁତ ହୋଇଥିବା ସମସ୍ତ 6ଟି ଗୀତକୁ ତାଙ୍କ ସ୍ତ୍ରୀ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ ପାଲିତ ଏବଂ ସେ ନିଜେ କଣ୍ଠଦାନ କରିଛନ୍ତି । ଏ ସମସ୍ତ ଗୀତ ରୋମାଣ୍ଟିକ ଟ୍ରାକ୍ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jun 28, 2019, 4:26 PM IST

ABOUT THE AUTHOR

...view details