ଓଡିଶା

odisha

ETV Bharat / city

ଆସୁଛି ବର୍ଷା, ବନ୍ୟା ସ୍ଥିତି ପାଇଁ ପ୍ରଶାସନ ସଜାଗ - ODISHA FLOOD NEWS

ଆସୁଛି ଆଉ ଏକ ଲଘୁଚାପ ଜନିତ ବର୍ଷା । ସମଗ୍ର ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ଜଳସମ୍ପଦ ବିଭାଗ ସଜାଗ ଓ ସତର୍କ ରହିଥିବା ବେଳେ ଭୟଭୀତ ହେବାର କାରଣ ନଥିବା କହିଛନ୍ତି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଅଧିକ ପଢନ୍ତୁ...

ଆସୁଛି ବର୍ଷା, ବନ୍ୟା ସ୍ଥିତି ପାଇଁ ପ୍ରଶାସନ ସଜାଗ
ଆସୁଛି ବର୍ଷା, ବନ୍ୟା ସ୍ଥିତି ପାଇଁ ପ୍ରଶାସନ ସଜାଗ

By

Published : Oct 18, 2020, 4:33 PM IST

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପଜନିତ ବର୍ଷା । ପାଣିପାଗ ବିଭାଗ ଆକଳନ ଅନୁସାରେ ଆସନ୍ତା 19 ରୁ 22 ପର୍ଯ୍ୟନ୍ତ ବର୍ଷା ହେବ । ସମଗ୍ର ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।

ଆସୁଛି ବର୍ଷା, ବନ୍ୟା ସ୍ଥିତି ପାଇଁ ପ୍ରଶାସନ ସଜାଗ

ଏନେଇ ବଂଶଧାରା, ନାଗାବଳୀ ଓ ଋଷିକୂଲ୍ୟା ନଦୀର ରିଜଭୟରରେ ଜଳ 80 ଶତକଡାରୁ କମ କରାଯାଇ 65ରୁ 70 ଶତକଡା ରଖାଯାଇଛି । ସେହିପରି 8ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ସମସ୍ତ ପ୍ରକାର ସରଞ୍ଜାମ ଯଥା ବାଲି ବସ୍ତା ଓ ବାଉଁଶ ରଖାଯାଇଛି । ଜଳସମ୍ପଦ ବିଭାଗ ସଜାଗ ଓ ସତର୍କ ରହିଥିବା ବେଳେ ଭୟଭୀତ ହେବାର କାରଣ ନଥିବା କହିଛନ୍ତି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details