ଓଡିଶା

odisha

By

Published : Jul 22, 2020, 9:36 PM IST

ETV Bharat / city

ସିସିଟିଭିରେ କଏଦ ଆଦିତ୍ୟ, ଜିଆରପିର ତନାଘନା

ସିସିଟିଭିରେ କଏଦ ହୋଇଛି ଆଦିତ୍ୟ ଦାସଙ୍କ ମୃତ୍ୟୁ ପୂର୍ବର କିଛି ଦୃଶ୍ୟ । ଯେଉଁଥିରେ ଆଦିତ୍ୟ ରାସ୍ତାରେ ଏକାକୀ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

ସିସିଟିଭିରେ କଏଦ ଆଦିତ୍ୟ, ଜିଆରପିର ତନାଘନା
ସିସିଟିଭିରେ କଏଦ ଆଦିତ୍ୟ, ଜିଆରପିର ତନାଘନା

ଭୁବନେଶ୍ବର: ମୃତ୍ୟୁ ପୁର୍ବରୁ ଘରୁ ଚାଲି ଚାଲି ଯାଉଥିଲେ ଆଦିତ୍ୟ । ଏପରିକି କୌଣସି ଗାଡିରେ ନୁହେଁ କି କେହି ତାଙ୍କୁ ଗାଡିରେ ନେଇ ନଥିବା ସିସିଟିଭିରୁ ଜଣାପଡିଛି । ମୃତ୍ଯୁ ଦିନ ସଂନ୍ଧ୍ଯାରେ ନିଜ ଘରୁ ୭ଟା ୧୫ ମିନିଟରେ ବାହାରିଥିବା ଆଦିତ୍ଯ ୭ଟା୩୪ ମିନିଟ ସମୟରେ ଚାଲି ଚାଲି ଯାଉଥିବା ନିକଟସ୍ଥ ଏକ ଦୋକାନର ସିସିଟିଭିରେ କଏଦ ହୋଇଛି । ଯେଉଁଥିରୁ ଜିଆରପିକୁ ଆଉ ଏକ ସୁରାକ ମିଳିଛି । ଲିଙ୍ଗରାଜ ଷ୍ଟେସନକୁ ଏକାକି ଯାଉଥିବାର ଏହି ଭିଜୁଆଲକୁ ଆଧାର କରି ଜିଆରପି ତଦନ୍ତ ଚଳାଇଛି ।

ସିସିଟିଭିରେ କଏଦ ଆଦିତ୍ୟ, ଜିଆରପିର ତନାଘନା

ଅନ୍ଯପଟେ ରେକର୍ଡ କରିଥିବା ୨୦ରୁ ଉର୍ଦ୍ଧ୍ବ ଲୋକଙ୍କ ବୟାନକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଯେଉଁ ରିପୋର୍ଟ ଆଧାରରେ ୫୦ ଟି ପ୍ରଶ୍ନ ତିଆରି କରିଛି ଜିଆରପି । ଯାହାକୁ ଆଧାରକରି ବନ୍ଧୁ ବିକାଶ, କଲେଜ ସାଙ୍ଗ ପପୁ ଏବଂ ପତ୍ନୀ ବିଦ୍ଯାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଯାଂଚ କରାଯିବ ବୋଲି ପ୍ରସ୍ତୁତ ହେଉଛି ଜିଆରପି ପୋଲିସ । ଯାହାକୁ ନେଇ ଫରେନସିକ ଲ୍ଯାବକୁ ଏନେଇ ସମୟ ନିର୍ଘଣ୍ଟ ପାଇଁ ଅନୁମତି ମଧ୍ୟ ମାଗିଛି ।

ଅନ୍ଯପଟେ ହ୍ଯାଣ୍ଡ ରାଇଟ ବ୍ଯୁରୋକୁ ପଠାଯାଇଥିବା ଡାଏରୀର ରିପୋର୍ଟ ଶୀଘ୍ର ଦେବାକୁ ଜିଆରପି ଏସପି ସ୍ବତନ୍ତ୍ର ଚିଠି ଜରିଆରେ ଷ୍ଟେଟଫରେନସିକ ଲ୍ଯାବକୁ ପଠାଇଛନ୍ତି । ତେବେ ଅନେକ ତଥ୍ଯ ଓ ପ୍ରମାଣକୁ ନେଇ ଜିଆରପି ଏକ ସିଦ୍ଧାନ୍ତରେ ପହଁଚିବ ବୋଲି ଅପେକ୍ଷା ରହିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details