ଓଡିଶା

odisha

ETV Bharat / city

ଓଡିଶାକୁ ମଦ ମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ଆଦିତ୍ୟ, ଗାନ୍ଧୀଙ୍କ ବେଶରେ କଲେ ସଚେତନ - Aditya has taken oath to make Odisha liquor free

ଓଡିଶାକୁ ମଦ ମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ପିପୁଲ ଫର ସେବାର ପ୍ରତିଷ୍ଠାତା ଆଦିତ୍ୟ ଦାଶ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Oct 5, 2019, 2:39 PM IST

ଭୁବନେଶ୍ବର: ମହାତ୍ମାଗାନ୍ଧୀଙ୍କ ବେଶରେ ଲୋକଙ୍କୁ ନିଶା ମୁକ୍ତ ହେବାର ଦିଆଯାଉଛି ସଚେତନ ବାର୍ତ୍ତା । ଏଭଳି ଏକ ନିଆରା ବିଚାରଧାରାରେ ଲୋକଙ୍କୁ ସଚେତନ କରୁଛନ୍ତି ଭୁବନେଶ୍ବରର ଆଦିତ୍ୟ ଦାଶ । ଗାନ୍ଧୀ ଜୟନ୍ତୀରୁ ସେ ଓଡିଶାର ବିଭିନ୍ନ ରାଜ୍ୟର ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ।

ରାଜଧାନୀର ପିପୁଲ ଫର ସେବାର ପ୍ରତିଷ୍ଠାତା ଆଦିତ୍ୟ ଦାଶ । ତାଙ୍କ ମତରେ, ଓଡିଶାକୁ ମଦ ମୁକ୍ତ କରିବାକୁ ହେଲେ ପ୍ରଥମେ ଗାଁ ଲୋକ ସଚେତନ ହେବା ଆବଶ୍ୟକ । ଏଥିପାଇଁ ସେ ଗାନ୍ଧୀଙ୍କ ବେଶରେ ଗାଁ ଗାଁ ବୁଲି ଲୋକଙ୍କୁ ମଦ ପାନ ସହ ମଦ ବିକ୍ରି ବନ୍ଦ କରିବା ପାଇଁ ସଚେତନ କରୁଛନ୍ତି । ସ୍କୁଲ ପିଲାଙ୍କୁ ଗୀତ ମାଧ୍ୟମରେ ମଦରୁ ଦୂରେଇ ରହିବାକୁ ସଚେତନ କରୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନାଯୋଗ୍ୟ, ଗତ କିଛି ମାସ ପୂର୍ବରୁ ଆଦିତ୍ୟ ମଦ ବିକ୍ରିକୁ ବିରୋଧ କରି ଆମରଣ ଅନଶନରେ ରାଜଧାନୀର ରାଜରାସ୍ତାରେ ବସିଥିଲେ । ପରେ ସରକାରଙ୍କ ପକ୍ଷରୁ ମଦ ବିକ୍ରି ଉପରେ ରୋକ ଲଗାଇବାକୁ ପ୍ରତିଶ୍ରୁତି ମିଳିବା ପରେ ସେ ଧାରଣାରୁ ଓହରିଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details