ଭୁବନେଶ୍ବର: ରୋଚକ ମୋଡ ନେବାରେ ଲାଗିଛି ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଏହା ଏକ ହତ୍ୟା ନା ଆତ୍ମହତ୍ୟା ସେନେଇ ଚାଲିଛି ତନାଘନା । ଏନେଇ ଗୁରୁବାର ଲାଏ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଥିଲା । ପ୍ରଥମେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ନେଇ ଏହି ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ପପୁ, ବିକାଶ ଓ ଦୀପକର ଆରମ୍ଭ ହୋଇଛି ଟେଷ୍ଟ । ପିପୁଲ୍ସ ଫର୍ ସେବାର ଏହି ତିନି ଜଣ ସଦସ୍ୟ ରହିଥିବା ବେଳେ ସମସ୍ତେ ଟେଷ୍ଟ ପାଇଁ ପହଞ୍ଚି ସାରିବା ପରେ ଟେଷ୍ଟ ଆରମ୍ଭ ହୋଇଥିବା ଜଣା ପଡିଛି ।
ଆଦିତ୍ୟ ଦାସ ମୃତ୍ୟୁ ମାମଲା: ପପୁ, ବିକାଶ ଓ ଦୀପକଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଆରମ୍ଭ - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍
ରୋଚକ ମୋଡ ନେବାରେ ଲାଗିଛି ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଶୁକ୍ରବାର ପପୁ, ବିକାଶ ଓ ଦୀପକର ଆରମ୍ଭ ହୋଇଛି ଲାଏ ଡିଟେକ୍ସନ ଟେଷ୍ଟ ।
ଆଦିତ୍ୟ ଦାସ ମୃତ୍ୟୁ ମାମଲା: ପପୁ, ବିକାଶ, ଦୀପକଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଆରମ୍ଭ
ସୂଚନା ମୁତାବକ ଷ୍ଟେଲ ଫରେନସିକ ଲ୍ୟାବରେ ଏହି ଟେଷ୍ଟ ହେବ । ସେପଟେ ଲାଏ ଡିଟେକ୍ସନ ଟେଷ୍ଟରେ ଗୁରୁବାର ପତ୍ନୀ ବିଦ୍ୟାଶ୍ରୀଙ୍କ ହାଜର କରାଯାଇଥିବା ବେଳେ ତାଙ୍କ ପାଇଁ ସ୍ବତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ କରାଯାଇଥିଲା । ଏଥିରେ ତାଙ୍କର ଗତିବିଧି ଓ ପଲ୍ସ ରେଟ ଉପରେ ନଜର ରଖାଯିବା ନେଇ କୁହାଯାଇଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ