ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ । ଆଜି ମାମଲାର ଦ୍ବିତୀୟ ଦିନ ତଦନ୍ତ କରିବାକୁ ପିପୁଲ ଫର ସେବା ଆଶ୍ରମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ୪ ଜଣିଆ ଟିମ ଆଶ୍ରମରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।
କ୍ରାଇମବ୍ରାଞ୍ଚର ସ୍କାନରରେ ପିପୁଲ ଫର ସେବାର ଆକାଉଣ୍ଟସ ଓ ଆଶ୍ରମର ବୁଝାସୁଝା କରୁଥିବା କର୍ମଚାରୀ । ସମସ୍ତଙ୍କୁ ଜେରା କରିପାରେ ଟିମ୍ । ଶୁକ୍ରବାର ଆଦିତ୍ୟଙ୍କ ପତ୍ନୀ ଓ ମା'ଙ୍କ ସହ ବାପାଙ୍କୁ ଜେରା ହୋଇସାରିଛି । ତେବେ ଆଦିତ୍ୟଙ୍କ ହାତ ଲେଖା ଡାଏରୀରୁ ମିଳିଥିବା ତଥ୍ୟକୁ ଆଧାର କରି ଚାଲିଛି ଏହି ତନାଘନା ।