ଭୁବନେଶ୍ବର: ସମସ୍ତ ରାଜ୍ୟ ବିଶ୍ବବିଦ୍ୟାଳୟ ଗୁଡିକରେ ଓଡ଼ିଆରେ ନାମଫଳକ ଲେଖିବାକୁ କୁଳସଚିବଙ୍କୁ ଚିଠି ଲେଖିଛନ୍ତି ଅତିରକ୍ତ ଶାସନ ସଚିବ ବୀରେନ୍ଦ୍ର କର୍କରା । ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟାଳୟର ନାମ ଓଡ଼ିଆରେ ଲେଖିବାକୁ ଏହି ଚିଠିରେ ଉଲ୍ଲେଖ ରହିଛି ।
ସରକାରୀ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ବ୍ୟବହାର କମ ହେଉଥିବାରୁ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ବ୍ୟବହାର କରିବାକୁ ଉନ୍ନୟନ ଆୟୁକ୍ତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଆରେ ସମସ୍ତ ବିଶ୍ବବିଦ୍ୟାଳୟ ନାମଫଳକ ଲେଖିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଅତିରିକ୍ତ ସଚିବ ବୀରେନ୍ଦ୍ର କର୍କରା ଏନେଇ ସମସ୍ତ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖିଛନ୍ତି ।