ଓଡିଶା

odisha

ETV Bharat / city

ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା - ଆରମ୍ଭ ହେଲା ଆଦିବାସୀ ମେଳା 2019

ଜନତା ମଇଦାନରେ ଆଦିବାସୀ ମେଳା 2019 ଆରମ୍ଭ ହୋଇଛି । ଏହି ମେଳାରେ ଆଦିବାସୀମାନଙ୍କର କଳାକୃତି ପ୍ରଦର୍ଶନ ସହିତ ବିକ୍ରି କରାଯାଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Nov 2, 2019, 5:00 AM IST


ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି ଆଦିବାସୀ ମେଳା 2019 । ଜନତା ମଇଦାନ ଆରମ୍ଭ ହୋଇଥିବା ଏହି ମେଳାକୁ କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂ ଉଦଘାଟନ କରିଛନ୍ତି। ଆଦିବାସୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଏଠାରେ ପ୍ରଦର୍ଶନ ସହ ବିକ୍ରି କରାଯିବ । ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ଏହି ମେଳାରେ ସର୍ବମୋଟ 104ଟି ଷ୍ଟଲ ଖୋଲାଯାଇଥିବା ବେଳେ 20ଟି ରାଜ୍ୟର ପ୍ରାୟ 204 ଜଣ କାରିଗର ଯୋଗ ଦେଇଛନ୍ତି । ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀମାନଙ୍କ କଳାକୃତି ଏହି ମେଳାରେ ପ୍ରଦର୍ଶିତ କରାଯାଉଛି । ଆସନ୍ତା 11 ତାରିଖରେ ଏହି ମେଳା ଶେଷ ହେବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details