ଓଡିଶା

odisha

ETV Bharat / city

ଆଦିବାସୀ ମେଳାରେ ବଢୁଛି ଗହଳି, ଜମୁଛି ବେପାର - ଆଦିବାସୀ ମେଳାର ଆସର

ନବମ ଦିନରେ ପହଞ୍ଚିଛି ଆଦିବାସୀ ମେଳା । ରାଜଧାନୀର ଛାତି ଉପରେ ଅନୁଷ୍ଠିତ ହେଉଥିବା ଏହି ମେଳା ପ୍ରତି ଲୋକମାନଙ୍କ ଆଦର ବଢିବାକୁ ଲାଗିଥିବା ବେଳେ ସଞ୍ଜ ନଇଁବା କ୍ଷଣି ଏଠାକୁ ଆସି ଭିଡ଼ ଜମାଉଛନ୍ତି ସହରୀ ବାସିନ୍ଦା । ଅଧିକ ଖବର ପଢନ୍ତୁ...

ଆଦିବାସୀ ମେଳାରେ ବଢୁଛି ଗହଳି, ଜମୁଛି ବେପାର
ଆଦିବାସୀ ମେଳାରେ ବଢୁଛି ଗହଳି, ଜମୁଛି ବେପାର

By

Published : Feb 4, 2020, 3:59 AM IST

ଭୁବନେଶ୍ବର: ନବମ ଦିନରେ ପହଞ୍ଚିଛି ଆଦିବାସୀ ମେଳା । ରାଜଧାନୀର ଛାତି ଉପରେ ଅନୁଷ୍ଠିତ ହେଉଥିବା ଏହି ମେଳା ପ୍ରତି ଲୋକମାନଙ୍କ ଆଦର ବଢିବାକୁ ଲାଗିଥିବା ବେଳେ ସଞ୍ଜ ନଇଁବା କ୍ଷଣି ଏଠାକୁ ଆସି ଭିଡ଼ ଜମାଉଛନ୍ତି ସହରୀ ବାସିନ୍ଦା । ମେଳାରେ ବୁଲି ମନକୁ ହାଲକା କରିବା ସହିତ ହାତ ପାହାନ୍ତାରେ ଆଦିବାସୀ ଲୋକମାନଙ୍କୁ ଦେଖିବା ଓ ସେମାନଙ୍କ ସହିତ ପଡେ ଅଧେ କଥା ହେବାର ସୁଯୋଗ ହାତଛଡା କରୁନାହାଁନ୍ତି ।

ଆଦିବାସୀ ମେଳାରେ ବଢୁଛି ଗହଳି, ଜମୁଛି ବେପାର

ଖାଲି ସେତିକି ନୁହେଁ ଏଠାରେ ମିଳୁଥିବା ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହିତ ବିଭିନ୍ନ ଖାଦ୍ୟ ଶସ୍ୟ ,ଚିତ୍ରକଳା,ହସ୍ତତନ୍ତ,ହସ୍ତଶିଳ୍ପ ସାମଗ୍ରୀ ଆଦି କିଣାକିଣି କରି ଘରକୁ ନେଉଥିବା ଦେଖିବାକୁ ମିଳୁଛି । ଏହା ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଭରପୁର ଆନନ୍ଦ ଲାଭ କରୁଛନ୍ତି ।

ଯାହା ଫଳରେ ସରକାରଙ୍କ ଲକ୍ଷ୍ୟ ସାଧନ ହେବା ସହ ବିଭିନ୍ନ ଆଦିବାସୀ ଅଞ୍ଚଳରୁ ଆସିଥିବା ଚାଷୀ ଓ ବେପାରୀ ମାନେ ଭଲ ଦି ପଇସା ରୋଜଗାର କରୁଥିବା ଦେଖାଯାଏ । ଆୟୋଜକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ରବିବାର ପର୍ଯ୍ୟନ୍ତ 4 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଛି । ତେବେ ଛୁଟି ଦିନ ମାନଙ୍କରେ ଏଠାରେ ଲୋକମାନଙ୍କ ଭିଡ଼ ଅନ୍ୟ ଦିନ ତୁଳନାରେ ଅଧିକ ହେଉଥିବା ବେଳେ ବେପାର ମଧ୍ୟ ଅଧିକ ହୋଇଥାଏ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details