ଓଡିଶା

odisha

ETV Bharat / city

ବଢୁଛି କୋରୋନା ସଂକ୍ରମଣ: 3 IASଙ୍କୁ 7 ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ - bhubaneswar news

କୋରୋନା ମୁକାବିଲା ଲାଗି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । 3 ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦିଆଯାଇଛି ଅତିରିକ୍ତ ଜିଲ୍ଲା ଦାୟିତ୍ବ । ଅଧିକ ପଢନ୍ତୁ...

3 ଆଇଏଏସଙ୍କୁ 7 ଜିଲ୍ଲାର ପର୍ଯ୍ୟବେକ୍ଷକ ଦାଇତ୍ୱ
3 ଆଇଏଏସଙ୍କୁ 7 ଜିଲ୍ଲାର ପର୍ଯ୍ୟବେକ୍ଷକ ଦାଇତ୍ୱ

By

Published : Apr 11, 2021, 7:08 AM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । ବିଶେଷ କରି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ କୋରୋନା କାୟା ମେଲାଇଛି । କୋରୋନା ମୁକାବିଲା ଲାଗି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । 3 ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦିଆଯାଇଛି ଅତିରିକ୍ତ ଜିଲ୍ଲା ଦାୟିତ୍ୱ ।

ଏମଏସଏମଇର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ବରଗଡ଼, ବଲାଙ୍ଗୀର, ନୂଆପଡା ଦାୟିତ୍ୱ ଦିଆଯାଇଛି । ଶକ୍ତି ସଚିବ ନିକୁଞ୍ଜ ଧଳଙ୍କୁ ସୁନ୍ଦରଗଡ ଓ ଝାରସୁଗୁଡା ଦାୟିତ୍ୱ ଦିଆଯାଇଛି । ସେହିପରି ଶ୍ରମ ସଚିବ ଚିତ୍ରା ଅରୁମୁଗମଙ୍କୁ ସମ୍ବଲପୁର ଓ ସୋନପୁର ଦାୟିତ୍ୱ ଦିଆଯାଇଛି । ସଚିବମାନେ ଜିଲ୍ଲା ଗସ୍ତ କରି କୋରୋନା ସ୍ଥିତିର ସମୀକ୍ଷା କରିବେ । ଆବଶ୍ୟକ ପଡ଼ିଲେ ପଦକ୍ଷେପ ନେବା ସହ ଜିଲ୍ଲା ପ୍ରଶାସନକୁ କୋରୋନା ମୁକାବିଲା ନେଇ ପରାମର୍ଶ ଦେବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details