ଭୁବନେଶ୍ବର: ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ଦର୍ଶା ଯାଇଥିଲା କି, ରାଜ୍ୟର ଅନ୍ୟ ଅଞ୍ଚଳରୁ କୋଭିଡ ଆକ୍ରାନ୍ତ କଟକ କିମ୍ବା ଭୁବନେଶ୍ୱର ଆସିବେ ନାହିଁ । ହେଲେ ଏହାକୁ ନେଇ ସବୁଆଡ଼ୁ ସମାଲୋଚନା ଶିକାର ହେବା ପରେ ବିଭାଗ ସ୍ପଷ୍ଟୀକରଣ ରଖିଛି ।
ଟ୍ବିନସିଟିକୁ ଅନ୍ୟ ଜିଲ୍ଲାର କୋରୋନା ରୋଗୀ ନ ଆସିବା ପ୍ରସଙ୍ଗ, ସ୍ପଷ୍ଟୀକରଣ ଦେଲେ ସରକାର - କଟକ ଓ ଭୁବନେଶ୍ୱର
ରାଜ୍ୟର ଅନ୍ୟ ଅଞ୍ଚଳରୁ କୋଭିଡ ଆକ୍ରାନ୍ତ କଟକ କିମ୍ବା ଭୁବନେଶ୍ୱର ଆସିପାରିବେ । ଏପଟେ ସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତି ନେଇ ସ୍ପଷ୍ଟିକରଣ ରଖିଛନ୍ତି ଅତିରିକ୍ତ ଶାସନ ସଚିବ । ଅଧିକ ପଢନ୍ତୁ..
କଟକ ଓ ଭୁବନେଶ୍ୱରକୁ ଅନ୍ୟ ଜିଲ୍ଲାର ଆକ୍ରାନ୍ତ ଆସିବା ନେଇ ସ୍ପଷ୍ଟୀକରଣ ଦେଲେ ସରକାର
ଅତିରିକ୍ତ ଶାସନ ସଚିବ ଏନେଇ ତରବରିଆ ଭାବରେ ଭିଡ଼ିଓ ବାର୍ତ୍ତା ଜାରି କରି କହିଛନ୍ତି, ସେଭଳି କୌଣସି ନିଷ୍ପତ୍ତି ନିଆ ଯାଇ ନାହିଁ । ଗୁରୁତର କୋଭିଡ ରୋଗୀ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ବର କିମ୍ବା କଟକ ଆସିପାରିବେ । ସ୍ବାସ୍ଥ୍ଯ ପ୍ରତି ବିପଦ ଥିବା ରୋଗୀ ମାନେ ଅକ୍ସିଜେନ ସପୋର୍ଟରେ ଆସିବା ସଠିକ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ