ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାର ରମାକାନ୍ତ ମେହେରଙ୍କ ଦ୍ବାରା ନିର୍ମିତ ସମ୍ବଲପୁରୀ ରେଶମ ଶାଢ଼ୀ ବଲିଉଡ ଜଗତର ଆଗଧାଡ଼ିର ଅଭିନେତ୍ରୀ ବିଦ୍ୟାବାଲନ ପ୍ରଶଂସା କରିଛନ୍ତି । ବିଦ୍ୟାବଲନଙ୍କର ଆଗାମୀ ଚଳଚିତ୍ର ଶକୁନ୍ତଳା ଦେବୀର ପ୍ରମୋସନ ପାଇଁ ଏହି ଶାଢ଼ୀ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି ।
ସମ୍ବଲପୁରୀ ଶାଢୀକୁ ଅଭିନେତ୍ରୀ ବିଦ୍ୟାବାଲନଙ୍କ ପ୍ରଶଂସା - ସମ୍ବଲପୁରୀ ଶାଢ଼ୀକୁ ଅଭିନେତ୍ରୀ ବିଦ୍ୟାବାଲନଙ୍କ ପ୍ରଶଂସା
ଓଡ଼ିଶାର ସମ୍ବଲପୁରୀ ଶାଢ଼ୀକୁ ନେଇ ପ୍ରଶଂସା କରିଛନ୍ତି ଅଭିନେତ୍ରୀ ବିଦ୍ୟାବାଲନ । ଅଧିକ ପଢନ୍ତୁ...
ଓଡ଼ିଶାର ସମ୍ବଲପୁରୀ ଶାଢ଼ୀକୁ ଅଭିନେତ୍ରୀ ବିଦ୍ୟାବାଲନଙ୍କ ପ୍ରଶଂସା
ତେବେ ଶାଢୀକୁ ନେଇ ବିଦ୍ୟାବାଲନ ଭିଡ଼ିଓରେ ବହୁତ ଖୁସି ଥିବା ନଜର ଆସିଛନ୍ତି । ସମସ୍ତ ସମ୍ବଲପୁରୀ ଶାଢ଼ୀ ବୁଣାକାରଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି ବିଦ୍ୟା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ