ଓଡିଶା

odisha

ETV Bharat / city

ରିଲିଜ ହେଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ବିଜୟିନୀ ବିଜୟୀ ଭବଃ

ବର୍ଷା ପ୍ରିୟଦର୍ଶିନୀଙ୍କ ଚଳଚ୍ଚିତ୍ର ବିଜୟିନୀ-ବିଜୟୀ ଭବଃ ଭୁବନେଶ୍ବରର ସ୍ଵାତୀ ସିନେ କମ୍ପ୍ଲେକ୍ସରେ ରିଲିଜ ହୋଇଯାଇଛି । ଏହି ଚଳଚ୍ଚିତ୍ରଟି ମହିଳା ସଶକ୍ତିକରଣର କଥାବସ୍ତୁକୁ ନେଇ ଆଧାରିତ ଚିରାଚରିତ କାହାଣୀରୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ

By

Published : Nov 14, 2021, 7:56 PM IST

Updated : Nov 14, 2021, 10:35 PM IST

Actress Barsha Priyadarshinis new movie Bijayani Bijaya Bhava released
ରିଲିଜ ହେଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ବିଜୟିନୀ ବିଜୟୀ ଭବଃ

ଭୁବନେଶ୍ବର: ରିଲିଜ ହେଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର 'ବିଜୟିନୀ- ବିଜୟୀ ଭବଃ' । ଏକ ନାରୀକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତି କରାଯାଇଛି । ଦୀର୍ଘ ଦିନ ପରେ ବର୍ଷା ପୁଣି ପରଦାକୁ ଫେରିଛନ୍ତି ।

ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଚଳଚ୍ଚିତ୍ର 'ବିଜୟିନୀ- ବିଜୟୀ ଭବଃ' ଭୁବନେଶ୍ବରର ସ୍ଵାତୀ ସିନେ କମ୍ପ୍ଲେକ୍ସରେ ରିଲିଜ ହୋଇଯାଇଛି । ଏହି ଚଳଚ୍ଚିତ୍ରଟି ମହିଳା ସଶକ୍ତିକରଣର କଥାବସ୍ତୁକୁ ନେଇ ଆଧାରିତ ଚିରାଚରିତ କାହାଣୀରୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ପ୍ରସ୍ତୁତ କରାଯାଇଛି । ଏହି ଚଳଚ୍ଚିତ୍ର ବିଜୟ କାଣ୍ଡୋଇ ଓ ସଙ୍ଗୀତା କାଣ୍ଡୋଇ ପ୍ରଯୋଜନା କରିଛନ୍ତି। ମୁଖ୍ୟ ଭୂମିକାରେ ନିଜେ ବର୍ଷା ପ୍ରିୟଦର୍ଶିନୀ ରହିଥିବାବେଳେ ତାଙ୍କ ବିପକ୍ଷରେ ଅଭିନେତା ଦେବାଶିଷ ପାତ୍ର ଅଭିନୟ କରିଛନ୍ତି ।

ରିଲିଜ ହେଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ବିଜୟିନୀ ବିଜୟୀ ଭବଃ

ଚଳଚ୍ଚିତ୍ରରେ ଦର୍ଶକ ଏକ ଛୋଟ ସହରର ଝିଅ ବିଜୟିନୀ , ଯିଏ ଲୋକଙ୍କ ସେବା କରିବାର ଅଭିଳାଷକୁ ପୂରଣ କରିବାକୁ ଯାଇ କିପରି ବିଭିନ୍ନ ପ୍ରକାର ବାଧା ବିଘ୍ନର ସାମ୍ନା କରୁଛି ତାର କାହାଣୀ ଏଥିରେ ରହିଛି । ଏହି ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ଭିତରେ ବିକ୍ରମ ମହାନ୍ତି, ଦେବାଶିଷ ପାତ୍ର, ପ୍ରଜ୍ଞା, ଶଙ୍କର ,ପପି ସନ୍ତୁକା, ତୃପ୍ତି ସିହ୍ନା, ସରୋଜ ଦାସ, ଧୀର ମଲିକ, ଶ୍ରୀରାମ, ଶୋଭା, ମାମା ଓ ପୁଷ୍ପା ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।

ବର୍ଷା ପ୍ରିୟଦର୍ଶିନୀ ଏହି ଫିଲ୍ମର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିବା ସହ ଏହି ପ୍ରୋଜେକ୍ଟରେ କ୍ରିଏଟିଭ୍ ହେଡ୍ ଅଛନ୍ତି । ନିର୍ଦ୍ଦେଶକ ସୁଧାକର ବସନ୍ତ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏହି ଚଳଚ୍ଚିତ୍ରର ସମସ୍ତ ସଙ୍ଗୀତକୁ ଅତି ସୁନ୍ଦର ସ୍ବରରେ ସଜାଇଛନ୍ତି । ଭଗତ ସିଂ ସିନେମାଟୋଗ୍ରାଫିରେ ଥିବାବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି । ବିଜୟ ମଲ୍ଲ ଏହାର ସଂଳାପ ଲେଖିଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Nov 14, 2021, 10:35 PM IST

ABOUT THE AUTHOR

...view details