ଓଡିଶା

odisha

କୋଭିଡ ସମୟରେ ଘରେ ମାଗଣା ଖାଦ୍ୟ ପହଞ୍ଚାଉଛନ୍ତି ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ

By

Published : Jun 1, 2021, 9:11 PM IST

ଦିନ ଯେତିକି ଗଡୁଛି, ସଂକ୍ରମଣ ସେତିକି ବଢୁଛି । ଆଉ ଏହି ସମୟରେ ରୋଗୀ ଓ ଅସହାୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ । ଅଧିକ ପଢନ୍ତୁ...

Actress Anu Choudhury helping-helpless-people in-lockdown
ଅସହାୟଙ୍କୁ ସାହା ହେଉଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ବର: ଦିନ ଯେତିକି ଗଡୁଛି, ସଂକ୍ରମଣ ସେତିକି ବଢୁଛି । ଆଉ ଏହି ସମୟରେ ଅସହାୟ ଓ ଆଇସୋଲେସନରେ ଥିବା ଲୋକଙ୍କୁ ଅନେକ ବ୍ୟକ୍ତି ଓ ସଂସ୍ଥା ସହାୟତା ଯୋଗାଇବା ସହ ଖାଦ୍ୟ ପ୍ରଦାନ କରିଛନ୍ତି । ଏହାରି ଭିତରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ଯାଏଁ ନିଜ ସକ୍ଷମତା ମୁତାବକ ସହାୟତା କରୁଥିବାବେଳେ ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ଅସହାୟଙ୍କୁ ସାହା ହେଉଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱରରେ ଖାଦ୍ୟ ବାଣ୍ଟିବା ସହ ଖାଦ୍ୟ ପ୍ୟାକିଂ କରୁଛନ୍ତି ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ । ସମାଜସେବୀ ନାରାୟଣ ମିଶ୍ରଙ୍କ ସହାୟତାରେ ପ୍ରତ୍ୟେକ ଦିନ ଅନୁ ଖାଦ୍ୟ ପଠାଉଛନ୍ତି । ଦୁହେଁ ମିଳିତ ଉଦ୍ୟମରେ କୋଭିଡରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସହ ପ୍ରତ୍ୟେକ ଦିନ ଫୋନରେ ଯୋଗାଯୋଗରେ ରହିବା ସହ ସବୁ କଥା ବୁଝୁଛନ୍ତି । ଆଉ ରୋଗୀ ଓ ଅସହାୟଙ୍କ ପାଖରେ ଘରେ ପହଞ୍ଚାଉଛନ୍ତି ରନ୍ଧାଖାଦ୍ୟ । ତେବେ ଅନୁ କହିଛନ୍ତି ମୁଁ ମୋ ଜୀବନର ଶେଷ ପର୍ଯ୍ୟନ୍ତ ଏହିଭଳି ସେବା କରିବି ।

କୋଭିଡ ସମୟରେ ଘରେ ମାଗଣା ଖାଦ୍ୟ ପହଞ୍ଚାଉଛନ୍ତି ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ଵରରେ ଥିବା ଦକ୍ଷିନ ୯ ରେସ୍ତାେଁରାରେ ଏହି ଖାଦ୍ୟ ସବୁ ପ୍ରସ୍ତୁତ ହେଉଥିବାବେଳେ ମଧ୍ୟାହ୍ନ ଆଉ ରାତ୍ରିଭୋଜନର ବ୍ୟବସ୍ଥା ମଧ୍ୟ ରହିଛି । ଗୋଟେ ଦିନରେ ୨୦୦୦ ଲୋକଙ୍କ ପାଇଁ ରୋଷେଇ ହେଉଥିବାବେଳେ ୧୦ରୁ ଊର୍ଦ୍ଧ୍ବ ସଦସ୍ୟ ଏଥିରେ କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ ଯେଉଁମାନେ ଖାଦ୍ୟ ଅର୍ଡ଼ର କରୁଛନ୍ତି ସେମାନଙ୍କୁ ଖାଦ୍ୟ ନଷ୍ଟ ନକରିବାକୁ ଅନୁରୋଧ କରିଛନ୍ତି ଅନୁ।


୪ ଘଣ୍ଟା ପୂର୍ବରୁ ଖାଦ୍ୟ ପାଇଁ ଅର୍ଡର କରାଯାଉ ଥିବାବେଳେ ସ୍ବାଦିଷ୍ଟ ଖାଦ୍ୟ ଯୋଗୋଇ ଦିଆଯାଇଛି । ତେବେ ଆବଶ୍ୟକ ନଥାଇ ଖାଦ୍ୟ ମାଗି ବା ଆଉ ଖାଦ୍ୟ ମାଗିନେଇ ନଷ୍ଟ ନ କରିବାକୁ ସେ ଅନୁରୋଧ କରିଛନ୍ତି । ଖାଲି ସେତିକି ନୁହେଁ ସହୃଦୟ ବ୍ୟକ୍ତି ମାନେ ଅସୁବିଧା ସମୟରେ ଖାଇବା ପାଉଥିବା ବେଳେ ଅସହାୟଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ଅନୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details