ଓଡିଶା

odisha

ETV Bharat / city

Odisha Child With Rare Genetic Disorder: ରାଜବୀରଙ୍କୁ ସହାୟତା ପାଇଁ ସୋନୁଙ୍କ ନିବେଦନ - ରାଜବୀରଙ୍କୁ ସହାୟତା ପାଇଁ ସୋନୁଙ୍କ ନିବେଦନ

ରାଜବୀର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ କହିଲେ ଅଭିନେତା ସୋନୁ ସୁଦ (Sonu Sood Comes Forward Seeking Help For Rajiveer)। ନିଜ ଦକ୍ଷତା ଅନୁସାରେ ରାଜୀବକୁ ସାହାଯ୍ୟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ସୋନୁ ସୁଦ । ଅଧିକ ପଢନ୍ତୁ

ରାଜବୀରର ଚିକିତ୍ସା ପାଇଁ ସହାୟତା କରିବାକୁ ସୋନୁଙ୍କ ଆବେଦନ
ରାଜବୀରର ଚିକିତ୍ସା ପାଇଁ ସହାୟତା କରିବାକୁ ସୋନୁଙ୍କ ଆବେଦନ

By

Published : Dec 16, 2021, 12:16 PM IST

Updated : Dec 16, 2021, 1:15 PM IST

ଭୁବନେଶ୍ବର:ରାଜବୀର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ କହିଲେ ଅଭିନେତା ସୋନୁ ସୁଦ(Sonu Sood Comes Forward Seeking Help For Rajiveer)। ନିଜ ଦକ୍ଷତା ଅନୁସାରେ ରାଜୀବକୁ ସାହାଯ୍ୟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ସୋନୁ ସୁଦ । ଆପଣଙ୍କ ଛୋଟ ସାହାଯ୍ୟ ରାଜବୀରକୁ ନୂଆ ଜୀବନ ଦେବ ତେଣୁ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ ବୋଲି ଏକ ଭିଡିଓରେ କହିଛନ୍ତି ସୋନୁ ।

ପ୍ରକାଶ ଥାଉ କି, କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ଆମ୍ବପଡା ଗ୍ରାମ କୁଳମଣି ରଣାଙ୍କ ୧୬ ମାସର ପୁଅ ରାଜବୀ ସ୍କାଇନାଲ ମାସ୍କୁଲର ଆଟ୍ରଫି ଟାଇପ ରୋଗରେ ପୀଡିତ ହୋଇଛି । ଚିକିତ୍ସା ପାଇଁ ଲୋଡା ଥିବା ଇଞ୍ଜେକ୍ସନର ଦାମ୍ ୧୬ କୋଟି । ପିଲାର ବାପା ପାଇଁ ୧୬ କୋଟି ଟଙ୍କା ପାଲଟିଛି ସାତ ସପନ । ତେଣୁ ସେ ସହାୟତା ଲୋଡିଛନ୍ତି । ଏହାରି ଭିତରେ ସେ ବୁଧବାର ମୁମ୍ବାଇ ଯାଇ ସୋନୁ ସୁଦଙ୍କୁ ଭେଟିଛନ୍ତି ।

ସୋନୁଙ୍କୁ ଭେଟିବା ପରେ ସେମାନଙ୍କୁ ସାହାଯ୍ୟ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ସୋନୁ । ନିଜ ଦକ୍ଷତା ଅନୁସାରେ ରାଜୀବର ଚିକିତ୍ସା ପାଇଁ କିଛି କିଛି ସାହାଯ୍ୟ କରିବାକୁ କହିଛନ୍ତି ସୋନୁ । ସେ ଏକ ଭିଡିଓ ଜାରି କରି କହିଛନ୍ତି ଆମେ ଆତୀତରେ ଦେଖିଛେ ଲୋକଙ୍କ ସହଯୋଗ କିଛି ବି କରିପାରେ । ପୂର୍ବରୁ ଏହି ରୋଗକୁ ଉପଶମ ମିଳିଛି । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଆଗକୁ ଆସନ୍ତୁ ଏହି ଶିଶୁକୁ ସାହାଯ୍ୟ କରନ୍ତୁ ।

ଆହୁରି ପଢନ୍ତୁ...ଆମେରିକା ଇଞ୍ଜେକସନ ନେଲେ ବଞ୍ଚିବ 16 ମାସର ପୁଅ, ଦମ୍ପତିଙ୍କୁ ଦରକାର 16 କୋଟି

ପ୍ରକାଶ ଥାଉ କି, ସୋନୁର ଚିକିତ୍ସା ପାଇଁ ତାଙ୍କ ବାପାମାଆ ଡିସେମ୍ବର ୨ରେ ରାସ୍ତାରେ ଧାରଣାରେ ବସିଥିଲେ । ନବୀନ ନିବାସ ଆଗରେ ପୁଅର ଜୀବନ ବଞ୍ଚାଇବାକୁ ସହାୟତା ମାଗିଥିଲେ । ହେଲେ ତାଙ୍କୁ ନିରାଶ ହେବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 16, 2021, 1:15 PM IST

ABOUT THE AUTHOR

...view details