ଓଡିଶା

odisha

ETV Bharat / city

ଅନଲାଇନ ଫର୍ମ ଭରିବେ ଅସହାୟ, ସାହାଯ୍ୟ କରିବେ ସବ୍ୟ - ଅନଲାଇନରେ ସଂକ୍ରମିତଙ୍କୁ ସାହାର୍ଯ୍ୟ

ଅନଲାଇନରେ କୋରୋନା ରୋଗୀଙ୍କୁ ଚିକିତ୍ସା ସାହାଯ୍ୟ ଯୋଗାଇବେ ସବ୍ୟସାଚୀ ମିଶ୍ର । ଏନେଇ ସେ ଏକ ଅନଲାଇନ ଫର୍ମ ତିଆରି କରିଛନ୍ତି । ଅଧିକ ପଢନ୍ତୁ...

actor sabyasachi will helps needy covid patients through online form
ଅନଲାଇନ ଯୋଗେ କୋରୋନା ରୋଗୀଙ୍କୁ ସାହାଯ୍ୟ ଯୋଗାଇବେ ସବ୍ୟସାଚୀ

By

Published : Apr 23, 2021, 9:45 PM IST

Updated : Apr 23, 2021, 11:02 PM IST

ଭୁବନେଶ୍ବର: ପୁଣି ଲୋକଙ୍କ ସେବା ପାଇଁ ଆଗେଇ ଆସିଲେ ଅଭିନେତା ସବ୍ୟସାଚୀ ମିଶ୍ର । ଅନଲାଇନରେ କୋରୋନା ରୋଗୀଙ୍କୁ ଯୋଗାଇବେ ଚିକିତ୍ସା ସାହାଯ୍ଯ । ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀର ଅଭାବ ଯୋଗୁଁ କୋରୋନା ରୋଗୀଙ୍କ ପ୍ରାଣହାନୀ ଘଟୁଥିବାବେଳେ ଏନେଇ ସବ୍ୟସାଚୀ ଏକ ଅନଲାଇନ ଫର୍ମ ତିଆରି କରିଛନ୍ତି । ଯାହା ମାଧ୍ୟମରେ ରୋଗୀଙ୍କ ବିବରଣୀ ଓ ସେମାନଙ୍କ ଜରୁରୀକାଳୀନ ଆବଶ୍ୟକତାକୁ ଜାଣି ତାଙ୍କୁ ବ୍ୟକ୍ତିଗତ ଭାବେ ସାହାଯ୍ୟ କରିବେ ।

ସଙ୍କଟ ସମୟର ସାଥୀ ସବ୍ୟସାଚୀ, ଅନଲାଇନରେ ସାହାର୍ଯ୍ୟ ପାଇବେ କୋରୋନା ପ୍ରଭାବିତ

ଏନେଇ ସବ୍ୟସାଚୀ କହିଛନ୍ତି, ଆମେ ଏକ କଠିନ ସମୟ ଦେଇ ଗତି କରୁଛେ । ଗତ କିଛିଦିନରୁ ମୁଁ ସୋସିଆଲ ମିଡିଆରେ ଶତାଧିକ କୋଭିଡ୍ ଆକ୍ରାନ୍ତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ଆଇସିୟୁ ବେଡ୍, ଅମ୍ଳଜାନ ଓ ଔଷଧ ପାଇଁ ଅନୁରୋଧ ପାଉଛି । ମୁଖ୍ୟତଃ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ ଆଦି ରାଜ୍ୟରୁ ଏହି ଘଟଣା ସାମ୍ନାକୁ ଆସୁଛି । ତେବେ ସେମାନଙ୍କ ଅନୁରୋଧର ଯଥାସମ୍ଭବ ସମାଧାନ ପାଇଁ ମୁଁ ସମସ୍ତ ଚେଷ୍ଟା କରୁଛି ।

ଏଣୁ ଏହି ପ୍ରକ୍ରିୟା ସହଜ କରିବା ପାଇଁ ମୁଁ ଏକ ଅନଲାଇନ୍ ଫର୍ମ ତିଆରି କରିଛି, ଯାହାମାଧ୍ୟମରେ ରୋଗୀଙ୍କ ବିବରଣୀ ପାଇ ତାଙ୍କ ଆବଶ୍ୟକତାକୁ ବ୍ୟକ୍ତିଗତ ଭାବେ ତଦାରଖ କରିପାରିବି । ଯଦି ଆପଣଙ୍କର (କିମ୍ବା ଆପଣଙ୍କ ସମ୍ପର୍କୀୟଙ୍କର) କୋଭିଡ଼ ସମ୍ବନ୍ଧୀୟ କୌଣସି ଜରୁରୀକାଳୀନ ଆବଶ୍ୟକତା ଥାଏ, ତେବେ ଦୟାକରି ନିମ୍ନଲିଖିତ ଅନଲାଇନ୍ ଫର୍ମ ପୂରଣ କରନ୍ତୁ । ଆସନ୍ତୁ ମିଶିକି ଚେଷ୍ଟା କରିବା, ପରସ୍ପରକୁ ସାହାଯ୍ୟ କରିବା । ମହାପ୍ରଭୁ ଜଗନ୍ନାଥ ନିଶ୍ଚିତ ବାଟ କଢେଇ ନେବେ ବୋଲି ସବ୍ୟ କହିଛନ୍ତି ।

ଅନଲାଇନ୍ ଫର୍ମ: https://docs.google.com/forms/d/1dotfRSh7cV-HJ6_Nws7NjgGNbGrH4KEW7pAYKikHYxQ/viewform?edit_requested=true

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 23, 2021, 11:02 PM IST

ABOUT THE AUTHOR

...view details