ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ ହାଇଦ୍ରାବାଦରୁ ଅଣାଯାଇ ସ୍ଥାନୀୟ କେୟାର ହସ୍ପିଟାଲରେ ରଖାଯାଇଛି ।
ସୂଚନାଯୋଗ୍ୟ, ଓଡ଼ିଆ ଫିଲ୍ମ ଜଗତର ବିଶିଷ୍ଟ ଅଭିନେତା ଶ୍ରୀ ମହାନ୍ତି ହାଇଦ୍ରାବାଦରେ ତାଙ୍କ ଝିଅଙ୍କ ପାଖରେ କିଛି ବର୍ଷ ଧରି ରହି ଆସୁଛନ୍ତି । ତେବେ ଗତ ମେ ମାସରେ 26 ତାରିଖରେ ତାଙ୍କର ଛାତିରେ ଯନ୍ତ୍ରଣା ହେତୁ ତାଙ୍କୁ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଉଥିଲା ।