ଭୁବନେଶ୍ବର:ବାବୁସାନ ଘରକୁ ଫେରିବା ପରେ ତାଙ୍କ ପ୍ରତିକ୍ରିୟା ନେବା ପାଇଁ ଘର ବାହାରେ ଅପେକ୍ଷା କରିଛନ୍ତି ଗଣମାଧ୍ୟମ ପ୍ରତିନିଧି । ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଘର ବାହାରକୁ ଆସିଛନ୍ତି ବାବୁସାନ । ତେବେ ପୋଲିସ ପଚରାଉଚୁରା କରିବା ପରେ ସେ ଫ୍ୟାନ୍ସଙ୍କ ଲାଗି ଗଣମାଧ୍ୟମ ଜରିଆରେ ନିଜ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ।
ବାବୁସାନ କହିଛନ୍ତି ଯେ, "ପୋଲିସର ପଚରାଉଚୁରା ପରେ ମୁଁ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେବି । ସମସ୍ତଙ୍କୁ ସବୁ କଥା କହିବି। ଏବେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ବାପାଙ୍କ ଦେହ ବି ଭଲ ଅଛି । ଆପଣମାନଙ୍କ ଅପେକ୍ଷା ପାଇଁ ମୋତେ ବେଶି କଷ୍ଟ ଲାଗୁଛି । ଆପଣମାନେ ଯାଇକି ଖାଆନ୍ତୁ । ଆପଣମାନଙ୍କ ପାଇଁ ମୋତେ ଚିନ୍ତା ଲାଗୁଛି । ମୁଁ କେବେ ଚାପରେ ନଥାଏ । ମୋ ପୁଅ ଖୁବଶୀଘ୍ର ମୋ ପାଖକୁ ଆସିବ । ପୋଲିସ କେତେବେଳେ ଡାକୁଛି ସେହି ଅନୁସାରେ ମୁଁ ଯିବି।" ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି କିଛି କହିଛନ୍ତି ବିବାଦରେ ଫସିଥିବା ଅଭିନେତା ବାବୁସାନ ।