ଓଡିଶା

odisha

ETV Bharat / city

ଏଥର ରଥଯାତ୍ରାରେ ଫିଟିବ ବାବୁଶାନଙ୍କ ବିଦ୍ୟାରାଣ

ରାଣ ପଡ଼ିଛି ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁଶାନଙ୍କ ବିଦ୍ୟାରାଣ । ଅଧିକ ପଢ଼ନ୍ତୁ

‘ବିଦ୍ୟାରାଣ’ ର‌ ଅଡିଓ ଲୋକାର୍ପିତ
‘ବିଦ୍ୟାରାଣ’ ର‌ ଅଡିଓ ଲୋକାର୍ପିତ

By

Published : Jun 16, 2022, 2:03 PM IST

Updated : Jun 16, 2022, 3:32 PM IST

ଭୁବନେଶ୍ବର: ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁଶାନଙ୍କ ବିଦ୍ୟାରାଣ । ଆଉ ଏ ବିଦ୍ୟାରାଣ ଫିଟିବ ଏଥର ରଥଯାତ୍ରାରେ । ତଥ୍ୟ ପ୍ରଡକ୍ସନ୍ ସିନେମା 'ବିଦ୍ୟାରାଣ' ପ୍ରସ୍ତୁତ କରିଥିବା ବେଳେ ରଜ ଅବସରରେ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅଡିଓ ରିଲିଜ ହୋଇଯାଇଛି । ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ନିରଞ୍ଜନ ନାୟକ । ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତି ଦାସ । ଫିଲ୍ମର ସଂଳାପ ଲେଖିଛନ୍ତି ବାପୁ ଗୋସ୍ଵାମୀ ।

ଏଥର ରଥଯାତ୍ରାରେ ଫିଟିବ ବାବୁଶାନଙ୍କ ବିଦ୍ୟାରାଣ

ଗୀତ ରଚନା ନିର୍ମଳ ନାୟକ ଓ ବାପୁ ଗୋସ୍ଵାମୀ କରିଥିଲାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ଗୀତଗୁଡ଼ିକୁ ଗାଇଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ଵଂୟମ ପାଢ଼ୀ, ଅନନ୍ୟା, ଲିପ୍ସା,ଗୌରବ ଏବଂ ହ୍ୟୁମାନ ସାଗର । ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ଅଭିନୟ କରୁଛନ୍ତି ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା,ପିୟୁଷ, ବିଭୁ, ମାନ୍ୟତା । ତେବେ ଫିଲ୍ମରେ ଆକ୍ସନ୍, ରୋମାନ୍ସ ଓ ପାରିବାରିକ ଆବେଗରେ ପରିପୂର୍ଣ୍ଣ ଏହି ସିନେମା ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି କହିଛନ୍ତି ନିର୍ଦ୍ଦେଶକ ।

ଅଡିଓ ରିଲିଜ କାର୍ଯ୍ୟକ୍ରମରେ 'ବିଦ୍ୟାରାଣ'ର ସମସ୍ତ କଳାକାର ଓ ଗୀତିକାର, ଗାୟକ ଓ ଗାୟିକା ଉପସ୍ଥିତ ଥିଲେ। ବିଦ୍ୟାରାଣର ସମସ୍ତ ଗୀତ ଏବଂ ଭିଡିଓ ଆମର ମ୍ୟୁଜିକ ୟୁଟୁବ ଚ୍ୟାନେଲରେ ଦେଖିବାକୁ ମିଳିବ । ଏହି ପରିପ୍ରେକ୍ଷୀରେ ବାବୁସାନ କହିଛନ୍ତି, "ଏହା ଏକ ବଡ ବଜେଟର ଫିଲ୍ମ । ସମସ୍ତେ ଆମେ ଭଲ କରିବାକୁ ଚେଷ୍ଟା କରିଛୁ । ଏହା ଆପଣଙ୍କୁ ବେଶ ଭଲ ଲାଗିବ ବୋଲି ଆଶା । ହଲ୍‌କୁ ଆସନ୍ତୁ ଆଉ ଆମକୁ ଉତ୍ସାହିତ କରିବା ସହ ଓଡିଆ ସିନେମା ଶିଳ୍ପକୁ ବିକଶିତ କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 16, 2022, 3:32 PM IST

ABOUT THE AUTHOR

...view details