ଓଡିଶା

odisha

ETV Bharat / city

ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ନେଇ ଚିଠି ମିଳିବା ପରେ ନିଆଯିବ ପଦକ୍ଷେପ: ଆଇନ ମନ୍ତ୍ରୀ - ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

ମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରତ୍ନତତ୍ତ୍ବ ବିଭାଗ(ASI) ଚିଠି ନେଇ ଆମ ପାଖରେ କିଛି ଖବର ନାହିଁ । ପ୍ରତ୍ନତତ୍ତ୍ବ ବିଭାଗର ଚିଠି ଆସିବା ପରେ ବିଚାର ବିମର୍ଶ କରି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ । ରତ୍ନଭଣ୍ଡାର ଭିତରେ କଣ ହୋଇଛି ଜଣାନାହିଁ । କେବଳ ଏଏସଆଇ କହି ପାରିବ କଣ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 12, 2022, 7:07 PM IST

ଭୁବନେଶ୍ବର: ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ASI) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ନେଇ ଚିଠି ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରତ୍ନତତ୍ତ୍ବ ବିଭାଗ(ASI) ଚିଠି ନେଇ ଆମ ପାଖରେ କିଛି ଖବର ନାହିଁ । ପ୍ରତ୍ନତତ୍ତ୍ବ ବିଭାଗର ଚିଠି ଆସିବା ପରେ ବିଚାର ବିମର୍ଶ କରି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ । ରତ୍ନଭଣ୍ଡାର ଭିତରେ କଣ ହୋଇଛି ଜଣାନାହିଁ । କେବଳ ଏଏସଆଇ କହି ପାରିବ କଣ ହୋଇଛି । ଚିଠି ଆସିଲା ପରେ ଯାହା ଆବଶ୍ୟକ ପଡ଼ିବ କରାଯିବ । ଏଏସଆଇ କଣ କହିଛି ସେ କଥା ବୁଝିବାକୁ ପଡ଼ିବ । ଏ ବାବଦରେ ବିଭାଗକୁ ଅବଗତ କରାଇବି ବୋଲି ମନ୍ତ୍ରୀ କହିଛନ୍ତି । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଏଏସଆଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଗତ 8 ତାରିଖରେ ଏହି ଚିଠି କରିଥିବା କୁହାଯାଉଛି । ଭିତର ରତ୍ନଭଣ୍ଡାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏହା ସ୍ଥିତି ଅନୁଧ୍ୟାନ ପାଇଁ ଅନୁମତି ଲୋଡ଼ିଛି ଏଏସଆଇ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ ବିଭାଗ, ଏଏସଆଇ ଡିଜିଙ୍କୁ ଓଡିଶାର ଏଏସଆଇ ଅଧିକ୍ଷକ ଚିଠି ଲେଖିଛନ୍ତି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ଓ ଆଇନ ବିଭାଗର ଅନୁମୋଦନ ପରେ ହିଁ ଭିତର ରତ୍ନଭଣ୍ଡାର ଖୋଲିପାରିବ ଏଏସଆଇ । ଗତ 2018 ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯିବା ନେଇ ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିଲା । ହେଲେ ରତ୍ନଭଣ୍ଡାର ଚାବି ହଜିଯାଇ ଥିବା ନେଇ ଜିଲ୍ଲାପାଳ ସୂଚନା ଦେବା ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରି ନଥିଲା କିମ୍ବା ସ୍ଥିତି ମଧ୍ୟ ଯାଞ୍ଚ ହୋଇପାରି ନଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details