ଭୁବନେଶ୍ବର:ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀ ବା ସରକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କାର୍ଯ୍ୟନୁଷ୍ଠାନ ଜାରି ରହିଛି । ଆଜି(ଗୁରୁବାର) 4 ଅଧିକାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର । ସେଥିରୁ 3 ନିର୍ବାହୀ ଯନ୍ତ୍ରୀ ଓ ରାଜସ୍ବ ରାଜସ୍ବ ନିରୀକ୍ଷକ ରହିଛନ୍ତି । ଦୁଇଜଣ ପୂର୍ବତନ ଅଧିକାରୀଙ୍କ ପେସସନ୍କୁ ସ୍ଥାୟୀ ଭାବେ ବନ୍ଦ କଲେ ରାଜ୍ୟ ସରକାର ।
ଏହା ବି ପଢ଼ନ୍ତୁCompulsory Retirement to Coaches: ଅପାରଗତାରୁ ବିଦା ହେଲେ ୪ କୋଚ୍
ସମ୍ବଲପୁର ମହାନଗର ନିଗମର କମ୍ୟୁନିଟି ଅର୍ଗାନାଇଜର ଲଳିତା କପୁର, ବେଲପାହାଡ ମ୍ୟୁନିସିପାଲ୍ଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀଙ୍କୁ ଚାକିରି ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହିକ୍ରମରେ ଝାରସୁଗୁଡ଼ା ମ୍ୟୁନିସିପାଲ୍ଟିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ବିଦା ହୋଇଛନ୍ତି । ପୁରୀ ଜିଲ୍ଲା ବେତାଲ ରାଜସ୍ବ ନିରୀକ୍ଷକ ମନୋଜ ପରିଡ଼ାଙ୍କୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର । ବିଶୃଙ୍ଖଳା ଅଚରଣ ଓ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନଦିଆଯାଇଛି ।