ଭୁବନେଶ୍ବର:STF ସ୍କାନରରେ ଗନ ବେପାରୀ । ଜଗତସିଂହପୁର ଜିଲ୍ଲାରେ ଧରାପଡ଼ିଲା ମେଡ ଇନ୍ ଓଡ଼ିଶା ବନ୍ଧୁକ । ଏପ୍ରିଲ ୯ରେ ଧରାପଡିଥିବା ଦେଶୀ ଓଡ଼ିଶା ମେଡ ବନ୍ଧୁକ ଲିଙ୍କରେ ଖୋଲୁଛି ନୂଆ ଚେର । ଜଗତସିଂହପୁର ପାଲଟିଛି ଏବେ ବନ୍ଧୁକ ବେପାରୀଙ୍କ ନୂଆ ଡିଲ ସ୍ଥାନ । କାରଣ ପୁଣି ଜିଲ୍ଲାରେ ଧରା ପଡ଼ିଛି ୫ ଦେଶୀ ବନ୍ଧୁକ । ବନ୍ଧୁକ ସହ ଜଣେ ବେପାରୀକୁ ଗିରଫ କରିଛି STF ଟିମ୍ । ଏହାସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଧନଞ୍ଜୟ ସାହୁକୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ପୂର୍ବରୁ ଏସଟିଏଫର ଏକ ମାମଲାରେ ସମ୍ପୃକ୍ତ ଥିଲା ଧନଞ୍ଜୟ ସାହୁ । ତେବେ ବହୁ ଦିନ ଧରି ଫେରାର ଥିଲା ଅଭିଯୁକ୍ତ ।
ଜଗତସିଂହପୁରରେ ମେଡ ଇନ୍ ଓଡ଼ିଶା ବନ୍ଧୁକ, ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ - ଜଗତସିଂହପୁରରେ ଦେଶୀ ବନ୍ଧୁକ ବ୍ୟବସାୟୀ ଗିରଫ
STF ସ୍କାନରରେ ଗନ ବେପାରୀ । ଜଗତସିଂହପୁର ଜିଲ୍ଲାରେ ଧରାପଡ଼ିଲା ମେଡ ଇନ୍ ଓଡ଼ିଶା ବନ୍ଧୁକ । ଏପ୍ରିଲ ୯ରେ ଧରାପଡିଥିବା ଦେଶୀ ଓଡ଼ିଶା ମେଡ ବନ୍ଧୁକ ଲିଙ୍କରେ ଖୋଲୁଛି ନୂଆ ଚେର । ଜଗତସିଂହପୁର ପାଲଟିଛି ଏବେ ବନ୍ଧୁକ ବେପାରୀଙ୍କ ନୂଆ ଡିଲ ସ୍ଥାନ । ଅଧିକ ପଢ଼ନ୍ତୁ...
![ଜଗତସିଂହପୁରରେ ମେଡ ଇନ୍ ଓଡ଼ିଶା ବନ୍ଧୁକ, ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ ଜଗତସିଂହପୁରରେ ମେଡ ଇନ୍ ଓଡ଼ିଶା ବନ୍ଧୁକ, ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ](https://etvbharatimages.akamaized.net/etvbharat/prod-images/768-512-12366015-thumbnail-3x2-kk.jpg)
ଜଗତସିଂହପୁରରେ ମେଡ ଇନ୍ ଓଡ଼ିଶା ବନ୍ଧୁକ, ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ
ଏହାସହ କଟକ ବନ୍ଧୁକ ଚାଲାଣ ଲିଙ୍କର ହିଟ୍ ଲିଷ୍ଟରେ ଥିଲା ଧନଞ୍ଜୟ ସାହୁ । ଗତ ଏପ୍ରିଲ ୯ ତାରିଖରେ ନିଆଳି ଶିଖରଘାଟ ବ୍ରିଜ ଉପରୁ ଫେରାର ହୋଇ ଯାଇଥିଲା ଧନଞ୍ଜୟ । ସୁରେଶ ଦାସ ଓ ସୌମ୍ୟ ଦଳେଇ ସହ ମିଶି ଦେଶୀ ବନ୍ଧୁକ କାରବାର ଚଳାଇଥିଲା ଧନଞ୍ଜୟ । ଜଗତସିଂହପୁରରେ ମେଡ ଇନ୍ ଓଡ଼ିଶା ବନ୍ଧୁକ ଧରାପଡିଥିବା ପରେ କେଉଁଠି ତିଆରି ହେଉଛି ଏସବୁ ବନ୍ଧୁକ ? ତାହାକୁ ନେଇ STF ସ୍କାନରରେ ରହିଛି ଗନ୍ କମ୍ପାନୀ । 2020ରୁ ବର୍ତ୍ତମାନ ସୁଦ୍ଧା 37 ଟି ବନ୍ଧୁକ ସହ 76 ଗୁଳି ଜବତ କରିଛି STF ଟିମ୍। ଖୁବଶୀଘ୍ର ଏହି କାରବାରର କିଙ୍ଗପିନ ଧରା ପଡ଼ିବ ବୋଲି କହିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ