ଓଡିଶା

odisha

ETV Bharat / city

ଆର୍ମି ଅଫିସରଙ୍କ ବନ୍ଧୁକ ବିକ୍ରିବେଳେ 2 ଗିରଫ - ଆର୍ମି ଅଫିସରଙ୍କ ବନ୍ଧୁକ ବିକ୍ରି

ଗିରଫ 2 ଅଭିଯୁକ୍ତ ହେଲେ ବିଜୟ ମଲିକ ଓ ଜିତେନ୍ଦ୍ର ମଲିକ । ଉଭୟ ଜଗତସିଂହପୁରର ବାସିନ୍ଦା ବୋଲି ଜଣାପଡିଛି ।

ଗିରଫ 2 ଅଭିଯୁକ୍ତ(ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର)

By

Published : Aug 31, 2019, 6:32 AM IST

ଭୁବନେଶ୍ବର: ରେଲୱେ ଷ୍ଟେସନରୁ ବନ୍ଧୁକ ଚୋରି କରି ବିକ୍ରି କରୁଥିବାବେଳେ 2 ଜଣ ଅଭିଯୁକ୍ତଙ୍କୁ ପୋଲିସର ଗିରଫ । ପାଖାପାଖି ଏକ ମାସ ପରେ ଉଭୟ ଚୋରଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ବିକ୍ରି କରୁଥିବା ବନ୍ଧୁକ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କର ବୋଲି ଜଣାପଡିଛି ।

ଗିରଫ 2 ଅଭିଯୁକ୍ତ ହେଲେ ବିଜୟ ମଲିକ ଓ ଜିତେନ୍ଦ୍ର ମଲିକ । ଉଭୟ ଜଗତସିଂହପୁରର ବାସିନ୍ଦା ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ଗତ ମାସ ୨୮ ତାରିଖରେ ଉଭୟ ଏହି ଚୋରି କରିଥିଲେ । ଉତ୍ତର ପ୍ରଦେଶର ପୂର୍ବତନ ସେନା ଅଧିକାରୀ ମନୋଜ କୁମାର ନିଜର ଟିକେଟ ସମ୍ପର୍କରେ ବୁଝୁଥିବାବେଳେ ଏହି ଚୋରି ହୋଇଥିଲା । ଭୁବନେଶ୍ବର ରେଳ ଷ୍ଟେସନର ନୂତନ ରିଜର୍ଭେସନ ବୁକିଂ କାଉଣ୍ଟରରେ ଘଟଣା ଘଟିଥିଲା ।

ସେସମୟରେ ଦୁଇ ଅଭିଯୁକ୍ତ ମନୋଜଙ୍କ ବ୍ୟାଗ ନେଇ ଫେରାର ହୋଇଥିଲେ । ଯେଉଁଥିରେ ଏକ ପିସ୍ତଲ ସହ ଦୁଇଟି ମ୍ୟାଗାଜିନ, ୨୦ ରାଉଣ୍ଡ ଗୁଳି ସହ ମୋବାଇଲ ଏବଂ କିଛି ଟଙ୍କା ଥିଲା । ପୋଲିସରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା । ଏକ ମାସ ପରେ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଛି ଜିଆରପି ଥାନା ପୋଲିସ । ଉଭୟଙ୍କୁ କୋର୍ଟ ଚାଲାଣ ସହ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details