ଓଡିଶା

odisha

ETV Bharat / city

୧୫୦ ଟଙ୍କା ପାଇଁ ଲାଗିଲା ଦଫା ୩୦୭ - chandrasekharpur Accused arrested on ipc 307

ମହଙ୍ଗା ପଡିଲା ୧୫୦ ଟଙ୍କା। ବାକି ଟଙ୍କା ନଦେବାରୁ ଦୋକାନୀ କଲା ଗ୍ରାହକକୁ ମରଣାନ୍ତକ ଆକ୍ରମଣ। ବାକି ରଖିଥିବା ଗ୍ରାହକକୁ ଲହୁଲୁହାଣ ପରେ ଦୋକାନୀ ୩୦୭ରେ ହେଲା ଗିରଫ। ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ। ଅଧିକ ପଢନ୍ତୁ...

୧୫୦ ଟଙ୍କା ପାଇଁ ଲାଗିଲା ଦଫା ୩୦୭
୧୫୦ ଟଙ୍କା ପାଇଁ ଲାଗିଲା ଦଫା ୩୦୭

By

Published : Nov 24, 2020, 10:24 PM IST

ଭୁବନେଶ୍ବର: ମହଙ୍ଗା ପଡିଲା ୧୫୦ ଟଙ୍କା। ବାକି ଟଙ୍କା ନଦେବାରୁ ଦୋକାନୀ କଲା ଗ୍ରାହାକକୁ ମରଣାନ୍ତକ ଆକ୍ରମଣ। ବାକି ରଖିଥିବା ଗ୍ରାହାକକୁ ଲହୁଲୁହାଣ ପରେ ଦୋକାନୀ ୩୦୭ରେ ଗିରଫ। ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ।

ଗତ ୨୨ ତାରିଖରେ ଏଟିଏମ ଛକରେ ମରଣାନ୍ତକ ଆକ୍ରମଣ ଘଟଣାରେ ତେନ୍ତୁଳିଗୁଡା ଟିକା ବାଲିର ସୁମିଲ ନାୟକକୁ ଗିରଫ କରି ଧାରା ୩୦୭, ୩୨୬, ୩୪୧ରେ କୋର୍ଟ ଚାଲାଣ କରିଛି । ସୁଚନା ମୁତାବକ, ସୁନିଲ ଏଟିଏମ ଛକରେ ଏକ ପାନ ଦୋକାନ କରିଥିଲେ। ସେହି ଠାରେ ରାଧାକାନ୍ତ ବସ୍ତିର ରହୁଥିବା ଶୁଶାନ୍ତ କୁମାର ସାହୁ ଯେକି ତାଠୁ ବାକି ନେଉଥିଲେ। ଅନେକ ସମୟରେ ବାକି ନେଇ ଟଙ୍କା ଦେଉନଥିବାରୁ ସେଦିନ ୧୫୦ ଟଙ୍କା ବାକି ଟଙ୍କା ଦେବା ପାଇଁ ସୁମିଲ ଦାବି କରିଥିଲେ।

ହେଲେ ଶୁଶାନ୍ତ ନିଜକୁ ଲୋକାଲ ଟୋକା କହି ତାକୁ ଧମକାଇଥିଲେ । ଫଳରେ ରାଗିଯାଇ ଗଣ୍ଡଗୋଳ ହେବା ପରେ ଏକ ଲୁହା ପାଇପରେ ଶୁଶାନ୍ତକୁ ସେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଚେତାଶୂନ୍ୟ ଅବସ୍ଥାରେ ରକ୍ତ ଜୁଡୁବୁଡୁ ସୁଶାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ଏବେ କୋମାରେ ଥିବା ବେଳେ ଆକ୍ରମଣକାରୀ ଦୋକାନୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details