ଓଡିଶା

odisha

ନୀତି ଆୟୋଗ ରିପୋର୍ଟ: ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବେବି ଦୁର୍ବଳ

By

Published : Oct 4, 2021, 9:44 PM IST

ଜିଲ୍ଲାସ୍ତରରେ ରୋଗୀଙ୍କୁ ଉନ୍ନତ ମାନର ସେବା ଯୋଗାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ହେଲେ ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବେବି ଦୁର୍ବଳ ରହିଛି । ଅଧିକ ପଢ଼ନ୍ତୁ...

ନୀତି ଆୟୋଗ ରିପୋର୍ଟ: ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବେବି ଦୁର୍ବଳ
ନୀତି ଆୟୋଗ ରିପୋର୍ଟ: ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବେବି ଦୁର୍ବଳ

ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟସେବା ସବୁବେଳ ପ୍ରାଥମିକତା ଦିଆଯାଉଛି । ଜିଲ୍ଲା ସ୍ତରରେ ରୋଗୀଙ୍କୁ ଉନ୍ନତ ମାନର ସେବା ଯୋଗାଇବା ପାଇଁ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ହେଲେ ବାସ୍ତବ ଚିତ୍ର ବା ରିପୋର୍ଟ କିଛି ଭିନ୍ନ କଥା କହୁଛି । ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବେବି ଦୁର୍ବଳ ରହିଛି ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ରିପୋର୍ଟ

କେବଳ ବଲାଙ୍ଗୀର ଜିଲ୍ଲା ସ୍ୱାସ୍ଥ୍ୟ ଭିତ୍ତିଭୂମି ଭଲ ରହିଛି । ରାଜ୍ୟର ବଲାଙ୍ଗୀର ଜିଲ୍ଲାରେ ଭଲ ସ୍ୱାସ୍ଥ୍ୟସେବା ଉପଲବ୍ଧ ରହିଛି । ଜେନେରାଲ ମେଡିସିନ୍, ସର୍ଜରୀ, ଗାଏନେକୋଲୋଜି, ଶିଶୁ ରୋଗ ଚିକିତ୍ସା, କ୍ରିଟିକାଲ କେୟାର, ଅସ୍ଥିଶଲ୍ୟ ଚିକିତ୍ସା, ଅପ୍‌ଥାମୋଲୋଜି, ଦନ୍ତରୋଗ ଚିକିତ୍ସା ଓ ରେଡିଓଲୋଜି ସେବା ଆଦି ଉପଲବ୍ଧ ହୋଇଛି।

ସ୍ୱାସ୍ଥ୍ୟ ଭିତ୍ତିଭୂମି ରିପୋର୍ଟ

ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ବଡ଼ବଡ଼ ରାଜ୍ୟମାନଙ୍କ ତୁଳନାରେ ଓଡିଶା 13 ନମ୍ବର ସ୍ଥାନରେ ରହିଛି । ଅନ୍ୟପଟେ ଷ୍ଟାଫ୍‌ ନର୍ସ ପରିଚାଳନାରେ ଓଡ଼ିଶା 16 ନମ୍ବରରେ ରହିଛି । ବିହାର ଏବଂ ଆସାମ ଭଳି ରାଜ୍ୟ ଓଡ଼ିଶା ଠାରୁ ବେଶ ଭଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ରଖିଛନ୍ତି ।

ପାରାମେଡିକ ଅନୁପାତରେ ଦେଶରେ ବହୁତ ପଛରେ ରହିଛି ଓଡ଼ିଶା। ସେହିଭଳି ଭାବରେ ରାଜ୍ୟରେ ଥିବା ଅନେକ ହସ୍ପିଟାଲରେ ପ୍ରସ୍ତାବିତ ଡାଇଗନଷ୍ଟିକ ସୁବିଧା ଉପଲବ୍ଧ ନାହିଁ । ରାଜ୍ୟରେ 32ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ 15ଟି ହସ୍ପିଟାଲରେ ଆଡ୍‌ମିଟ ହେଉଥିବା ରୋଗୀଙ୍କ ହାର ପ୍ରାୟ 90 ପ୍ରତିଶତ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details