ଓଡିଶା

odisha

ETV Bharat / city

ଆସନ୍ତା 7ରେ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ଏବିଭିପି ପକ୍ଷରୁ ଛାତ୍ର ସମାବେଶ - ଏବିଭିପି ପକ୍ଷରୁ ଛାତ୍ର ସମାବେଶ

ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ପ୍ରତିବାଦ କରି ଆସନ୍ତା 7 ତାରିଖରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରାଜଧାନୀରେ ଏକ ବିଶାଳ ଛାତ୍ର ସମାବେଶ ଆୟୋଜନ କରାଯାଉଛି ।

abvp student strike
ଆସନ୍ତା 7ରେ ଏବିଭିପି ପକ୍ଷରୁ ଛାତ୍ର ସମାବେଶ

By

Published : Dec 6, 2019, 1:54 AM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ପ୍ରତି ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ନାରୀ ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପଦକ୍ଷେପ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାର ପ୍ରତିବାଦ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆଗାମୀ 7 ତାରିଖରେ ରାଜଧାନୀରେ ଏକ ବିଶାଳ ଛାତ୍ର ସମାବେଶ ଆୟୋଜନ କରାଯାଉଛି ।

ଗୁରୁବାର ଏନେଇ ଏବିଭିପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ପୁରୀର ଗଣଦୁଷ୍କର୍ମ ଘଟଣା ପରେ ଏହିଭଳି ଅନେକ ଘଟଣା ବାରମ୍ବାର ଘଟିଚାଲୁଛି । ମାତ୍ର ସରକାର ଏଦିଗରେ ସ୍ଥାଣୁ ହୋଇ ରହିଛି ।

ଆସନ୍ତା 7ରେ ଏବିଭିପି ପକ୍ଷରୁ ଛାତ୍ର ସମାବେଶ

ଏହାସହ ବିଧାନସଭାରେ ସରକାର ଏ ସମ୍ବନ୍ଧରେ ଆଲୋଚନା କରି ନାରୀ ସୁରକ୍ଷା ପାଇଁ ଆଇନ ଆଣିବା ପରିବର୍ତ୍ତେ କାର୍ଯ୍ୟବିଧି ପୂର୍ବରୁ ଅଧିବେଶନକୁ ବନ୍ଦ କରାଯାଇଛି ।ତେଣୁ ସାରା ରାଜ୍ୟରୁ ପାଖାପାଖି 5ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ସମାବେଶରେ ଯୋଗ ଦେଇ ସରକାରଙ୍କ ନିକଟରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉପସ୍ଥାପନ କରିବେ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details