ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ସ୍ବତନ୍ତ୍ର ବୈଠକରେ ବିଶ୍ବବିଦ୍ୟାଳୟ ଆଇନ 1998ର ସଂଶୋଧନ ନିଷ୍ପତ୍ତିକୁ ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ ମୁଖ୍ୟ କୁଳାଧିପତି ରାଜ୍ୟପାଳ ରହୁଥିବାବେଳେ ଏହାକୁ ସଂଶୋଧନ ତାଙ୍କ ମର୍ଯ୍ୟାଦା ଓ କ୍ଷମତାକୁ ସଙ୍କୁଚିତ କରାଯିବାର ବ୍ୟବସ୍ଥା କରାଯାଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅଭିଯୋଗ କରିଛି ।
ଗୁରୁବାର ଏନେଇ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକଠାରେ ସଂଗଠନ ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା । ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ନିଜ ସ୍ବାର୍ଥ ପାଇଁ ରାଜନୀତିକରଣ ନକରନ୍ତୁ ବୋଲି ସଂଗଠନ ଦାବି କରିଛି । ଏହା ସହ ସରକାର ଏହି ନିଷ୍ପତ୍ତିର ପ୍ରତ୍ୟାହାର କରି ନେବାକୁ ଦାବି ହୋଇଛି । ଯଦି ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି ତାହେଲେ ସାରା ରାଜ୍ୟରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ ସଞ୍ଜୟ ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।