ଓଡିଶା

odisha

ETV Bharat / city

ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନରେ ପସିଲା ଏବିଭିପି, ପୋଲିସ ସହ ଧସ୍ତାଧସ୍ତି - Minister Arun Sahu

ନୟାଗଡ଼ର ପରୀ ହତ୍ୟାକାଣ୍ଡ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ରାଜ୍ୟ ବିଜେପି ପକ୍ଷରୁ ପ୍ରତିବାଦ କରାଯିବା ସହ ଆଜି ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ତାଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଛନ୍ତି। ଅଧିକ ପଢନ୍ତୁ...

ମନ୍ତ୍ରୀ ଅରୁଣ ସାହୁଙ୍କ ଘରେ ପସିଲା ଏବିଭିପି, ପୋଲିସ ସହ ଧସ୍ତାଧସ୍ତି
ମନ୍ତ୍ରୀ ଅରୁଣ ସାହୁଙ୍କ ଘରେ ପସିଲା ଏବିଭିପି, ପୋଲିସ ସହ ଧସ୍ତାଧସ୍ତି

By

Published : Dec 1, 2020, 3:29 PM IST

Updated : Dec 1, 2020, 3:37 PM IST

ଭୁବନେଶ୍ବର: ନୟାଗଡ଼ର ପରୀ ହତ୍ୟାକାଣ୍ଡ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ପ୍ରସୟ ଦେଉଥିବା ପରୀର ପରିବାର ଓ ବିରୋଧୀ ଦଳ ଅଭିଯୋଗ କରିଛନ୍ତି।

ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନରେ ପସିଲା ଏବିଭିପି, ପୋଲିସ ସହ ଧସ୍ତାଧସ୍ତି

ଏହି ଘଟଣାକୁ ରାଜ୍ୟ ବିଜେପି ପକ୍ଷରୁ ପ୍ରତିବାଦ କରାଯିବା ସହ ଆଜି ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ତାଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଛନ୍ତି। ମହାନଗର ଏବିଭିପି ପକ୍ଷରୁ ଏକାଧିକ କର୍ମୀ ମନ୍ତ୍ରୀଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେବା ସହ ତାଙ୍କ ସରକାରୀ ବାସଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।

କିନ୍ତୁ ପୋଲିସ ସେମାନଙ୍କ ବାଟରେ ବାଧା ଦେବା ସହ ସେମାନଙ୍କ ସହିତ କିଛି ସମୟ ଧସ୍ତାଧସ୍ତି ହୋଇଥିଲା ଓ ପୋଲିସ ସମସ୍ତ କର୍ମୀମାଙ୍କୁ ଗିରଫ କରିନେଇଛି। ଏହି ଅବସରରେ ଏବିଭିପି ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Last Updated : Dec 1, 2020, 3:37 PM IST

ABOUT THE AUTHOR

...view details