ଓଡିଶା

odisha

ETV Bharat / city

10 ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକଙ୍କୁ 134.62 କୋଟି ଟଙ୍କା ବଣ୍ଟନ - odisha migrant labour

ମହାମାରୀ ସମୟରେ ବିଭିନ୍ନ ରାଜ୍ୟରେ ଥିବା ପ୍ରାୟ 10 ଲକ୍ଷ 7 ହଜାର 330 ଜଣ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି । ଏହି ପ୍ରବାସୀଙ୍କ ପାଇଁ ଓଡିଶା ସରକାର 134.62 କୋଟି ଟଙ୍କା ବଣ୍ଟନ କରିଛନ୍ତି । ଅଧିକ ପଢନ୍ତୁ...

କୋଭିଡ ସମୟରେ ଫେରିଛନ୍ତି 10 ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ
କୋଭିଡ ସମୟରେ ଫେରିଛନ୍ତି 10 ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ

By

Published : Mar 16, 2021, 9:34 PM IST

ଭୁବନେଶ୍ବର:ମହାମାରୀ ସମୟରେ ବିଭିନ୍ନ ରାଜ୍ୟରେ ଥିବା ପ୍ରାୟ 10 ଲକ୍ଷ 7 ହଜାର 330 ଜଣ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି । ତେବେ ଗତ ଅଗଷ୍ଟ ମାସ ସୁଦ୍ଧା କୋରୋନା କାଳରେ ରାଜ୍ୟକୁ ଫେରିଥିବା ଏବଂ ବିଭିନ୍ନ କୋଭିଡ କେୟାର ହୋମରେ ରହିଥିବା ପ୍ରବାସୀଙ୍କ ପାଇଁ ଓଡିଶା ସରକାର 134.62 କୋଟି ଟଙ୍କା ବଣ୍ଟନ କରିଛନ୍ତି । ମଙ୍ଗଳବାର ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ।

କୋଭିଡ ସମୟରେ ଫେରିଛନ୍ତି 10 ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ

ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରମ ମନ୍ତ୍ରୀ କହିଛନ୍ତି, ଗତ ବର୍ଷ ମାର୍ଚ୍ଚ ମାସରୁ ଅକ୍ଟୋବର ଶେଷ ସୁଦ୍ଧା ବିଭିନ୍ନ ରାଜ୍ୟରୁ ମୋଟ 10 ଲକ୍ଷ 7 ହଜାର 330 ଜଣ ପ୍ରବାସୀ ଓଡିଆ ରାଜ୍ୟକୁ ଫେରିଛନ୍ତି । ବିଶେଷକରି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 2 ଲକ୍ଷ 25 ହଜାର 602 ଜଣ ପ୍ରବାସୀ ରହିଛନ୍ତି । ପ୍ରତ୍ୟେକ ପ୍ରବାସୀଙ୍କ ସଙ୍ଗରୋଧ ଅବଧି ସମାପ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସେମାନଙ୍କୁ 2 ହଜାର ଟାଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା 6 ଲକ୍ଷ 73 ହଜାର 79 ଜଣ ପ୍ରବାସୀ ଶ୍ରମିକଙ୍କୁ ମୋଟ 134.62 କୋଟି ଟଙ୍କା ପ୍ରଦାନ କରାଯାଇଥିବା ଜଣାଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ।

କୋଭିଡ ସମୟରେ ଫେରିଛନ୍ତି 10 ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ

ସ୍ବତନ୍ତ୍ର କୋଭିଡ ସହୟତା ବ୍ୟତୀତ ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମନରେଗା, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା, ମିଶନ ଶକ୍ତି ଆଦି ବିଭିନ୍ନ ଯୋଜନା ଜରିଆରେ ରୋଜଗାର ଯୋଗାଇ ଦିଆଯାଇଛି । ଏହାସହ ଗତବର୍ଷ ଅଗଷ୍ଟ ମଧ୍ୟରେ ଓଡିଶା ବିଲଡିଂ ଏବଂ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ପଞ୍ଜିକୃତ ପ୍ରତ୍ୟେକ ଶ୍ରମିକଙ୍କୁ 1500 ଟଙ୍କା ଲେଖାଏଁ ସ୍ବତନ୍ତ୍ର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ତେବେ କୋଭିଡ-19 କଟକଣା କୋହଳ ହେବା ପରେ କୌଣସି ଶ୍ରମିକ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଇଥିବାର ସୂଚନା ନଥିବା ମନ୍ତ୍ରୀ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details