ଓଡିଶା

odisha

ETV Bharat / city

ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଶ୍ରମ ବିଭାଗକୁ ନୋଟିସ - ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଶ୍ରମ ବିଭାଗକୁ ନୋଟିସ

ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଶ୍ରମ ବିଭାଗକୁ ନୋଟିସ । ଏନେଇ ୨୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆ।ଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : Oct 1, 2019, 7:53 AM IST

Updated : Oct 1, 2019, 11:06 AM IST

ଭୁବନେଶ୍ବର: ରାଜ୍ୟରେ ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଶ୍ରମ ବିଭାଗକୁ ନୋଟିସ । ଏହାସହ ୨୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଓଏଚଆରସି ରିପୋର୍ଟ ତଲବ କରିଛନ୍ତି ।

ରାଜ୍ୟ ମାନବାଧିକାର କମିଶନଙ୍କ ଅନୁସାରେ, ୨୦୧୪ରେ ଘଟିଥିଲା ଏଭଳି ଏକ ଘଟଣା । ବଲାଙ୍ଗୀର ଜିଲ୍ଲାର ଏକ ପରିବାର ବାପା ମାଆ ଓ ଏକ ନାବାଳକକୁ ଧରି କର୍ଣ୍ଣାଟକର କୁୱେଲଗି ଅଞ୍ଚଳରେ ଥିବା ଇଟାଭାଟିରେ କାମ କରିବାକୁ ନିଜ ଭିଟାମାଟି ଛାଡିଥିଲେ । ହେଲେ ଦୁଇ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ କାମ କରିଥିଲେ ମଧ୍ୟ ମାସ ଶେଷରେ ଦରମା ନଦେଇ ମାଡ଼ ମାରି ହାତ ଭାଙ୍ଗିଦେଇଥିଲା ଇଟା ଭାଟିର ମାଲିକ ।

ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଶ୍ରମ ବିଭାଗକୁ ନୋଟିସ, ୨୮ ସୁଦ୍ଧା ରିପୋର୍ଟ ଦାଖଲ

ତେବେ ଏହି ଖବରକୁ ନେଇ ୨୦୧୪ ମସିହାରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଶ୍ରମ ବିଭାଗ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ସହ ଏ ବାବଦରେ କର୍ଣ୍ଣାଟକ ସରକାରଙ୍କୁ ଜଣାଇଥିଲା । ୨୦୧୪ ମସିହାରେ ସିଙ୍ଗିଲ ବେଞ୍ଚ ରହିଥିବାରୁ କୌଣସି ଅଭିଯୋଗକୁ ଶୁଣାଣି କରାଯାଇନଥିଲା । ତେବେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା କମିଶନ ବିପି ଦାସ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ଶ୍ରମ ବିଭାଗକୁ ୨୮ ଅକ୍ଟୋବର ସୁଧା ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଜବାବକୁ ନିର୍ଦ୍ଦେଶ ମିଳିଛି । ଏହା ଦାଦନ ସମସ୍ୟାର କାରଣ ଏବଂ ନିରାକରଣ ଉପରେ ରିପୋର୍ଟ ମାଗିଛନ୍ତି କମିଶନ ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି ଯୁବକ ଯୁବତୀ । ହେଲେ ସେମାନଙ୍କର ସୁରକ୍ଷା କିଭଳି ରହୁଛି କାହା ପାଖରେ ଖବର ନାହିଁ । କେତେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି ସେନେଇ ଏକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମାନବାଧିକାର କମିଶନ ଶ୍ରମ ବିଭାଗକୁ ନୋଟିସ ଜାରି କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 1, 2019, 11:06 AM IST

ABOUT THE AUTHOR

...view details