ଭୁବନେଶ୍ବର: ଆସୁଛି ନୂଆ ବର୍ଷ । ବଦଳିବ ତାରିଖ, ବଦଳିବ ବର୍ଷ । ଆଉ ତା’ ସହ ବଦଳିବ କ୍ୟାଲେଣ୍ଡର । 2019କୁ ବିଦାୟ ଦେଇ 2020କୁ ସ୍ବାଗତ କରିବ ସାରା ବିଶ୍ବ । ଯାହାକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ସେପଟେ 2019 ଛାଡି ଯିବାକୁ ଥିବାବେଳେ ଓଡିଶା ପାଇଁ କିଛି ଅଭୁଲା ଅନୁଭୂତି ଛାଡିଦେଇ ଯାଇଛି । ‘ଫନି’ର କରାଳ ରୂପର ଜଖମ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବସାଇଛି । ସେହିପରି ନୂଆ ମୋଟର ଯାନ ଆଇନକୁ ନେଇ ତୁମ୍ବି ତୋଫାନ ମଧ୍ୟ କରିଛି । ତେବେ ଆସନ୍ତୁ ନଜର ପକାଇବା ଉନେଇଶ ଦେଇଥିବା କିଛି ଅନୁଭୂତି ଉପରେ...
ରାଜନୀତି
- ବିଧାନସଭା ନିର୍ବାଚନରେ ବିଜେଡିର ବିପୁଳ ବିଜୟ ।
- ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ।
- ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୀତିରୁ ସନ୍ୟାସ ଘୋଷଣା ।
- ଚଳିତ ବର୍ଷ କଲେଜ କ୍ୟାମ୍ପସରେ ନିର୍ବାଚନ ବନ୍ଦ ହୋଇଥିଲା ।
- 25 ବର୍ଷ ବୟସର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସବୁଠାରୁ କନିଷ୍ଠ ସାଂସଦ ହେବାର ଗୌରବ ଅର୍ଜନ ।
- ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ।
ନୂଆ ନିଯୁକ୍ତ
- ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅଜିତ୍ ସିଂହ ରାଜ୍ୟର ପ୍ରଥମ ଲୋକାୟୁକ୍ତ ନିଯୁକ୍ତ ।
- ବଦଳିଗଲେ ପୁଲିସ ଡିଜି, ବରିଷ୍ଠ ଆଇପିଏସ ଅଫିସର ଅଭୟଙ୍କୁ ପୋଲିସ ଡିଜି ଦାୟିତ୍ବ ।
- ନୂଆ ବିଭାଗ ଭାବେ ‘5ଟି’ ଓ ସଚିବ ଭାବେ କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ନିଯୁକ୍ତ ।
- ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଦାୟିତ୍ବ ।
- ଜମ୍ମୁ ଓ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ହେଲେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ।
- ପ୍ରମୋଦ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦାୟିତ୍ବ ।
- ଡକ୍ଟର ବିଭୁ କଲ୍ୟାଣ ନାୟକ ପ୍ରଥମ ଭାରତୀୟ ଭାବେ ଏଫଆଇଏଚର ସ୍ବାସ୍ଥ୍ୟ ଓ ସୁରକ୍ଷା କମିଟିର ସଭାପତି ଭାବେ ନିଯୁକ୍ତ ।