ଭୁବନେଶ୍ବର:ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ଗଲେ ଅଭିଷେକ ମହାପାତ୍ର । ଗ୍ରୀନ କରିଡର ଯୋଗେ ଅତ୍ୟାଧୁନକ ଆମ୍ବୁଲାନ୍ସ ସହ ଡାକ୍ତରୀ ଦଳ ଅଭିଷେକଙ୍କୁ ନେଇ କୋଲକାତା ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଥମେ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାର ଛକ ଓ ଏଜି ଛକ ଦେଇ ଏୟାରପୋର୍ଟରେ ପହଁଚିଲା ଆମ୍ବୁଲାନ୍ସ ।
ସୂଚନାମୁତାବକ, କୋଭିଡରେ ଫୁସଫୁସ ହୋଇଛି ସଂକ୍ରମିତ । ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଭଦ୍ରକର 28 ବର୍ଷିୟ ଅଭିଷେକ ମହାପାତ୍ର । ଗତ ୨୨ ଦିନ ହେଲା ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅଭିଷେକଙ୍କ ଅବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ତାଙ୍କର ECMO ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏନେଇ ଆଜି(ବୁଧବାର) ଅଭିଷେକଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ନିଆଯାଇଛି । ଆର୍ଥିକ ସମସ୍ୟା ଯୋଗୁଁ ମଙ୍ଗଳବାର ହୋଇପାରିନଥିଲା ଯିବା ବ୍ୟବସ୍ଥା ।